Advertisment

ମଦ ପିଇ ପତ୍ନୀଙ୍କୁ ପିଟୁଥିଲା, ବନ୍ଧୁ ଅଟକାଇବାରୁ ତାଙ୍କୁ ଛୁରୀ ଭୁଷି ମାରିଦେଲା

ପୁଲିସ୍ କହିଛି ଯେ ଜିମ୍ମି ଶୁକ୍ରବାର ରାତିରେ ରବିନଙ୍କ ଘରେ ପ୍ରଚୁର ବିୟର ପିଇଥିଲେ। ଏହାପରେ ମଦ ନିଶାରେ ତାଙ୍କ ପତ୍ନୀଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ।

author-image
Hemant Lenka
Dead Body

Murder

ମଦ୍ୟପ ବନ୍ଧୁର ଛୁରା ମାଡ଼ରେ ପ୍ରାଣ ହରାଇଛନ୍ତି ଜଣେ ୨୫ ବର୍ଷୀୟ ଯୁବକ। ମଦ୍ୟପ ଯୁବକ ଜଣଙ୍କ ନିଶାରେ ତାଙ୍କ ପତ୍ନୀଙ୍କୁ ମାଡ଼ ମାରୁଥିଲେ। ଏହାକୁ ବନ୍ଧୁ ହିସାବରେ ୨୫ ବର୍ଷୀୟ ଯୁବକ ଜଣଙ୍କ ଅଟକାଇଥିଲେ। ହେଲେ ପ୍ରତି ଆକ୍ରମଣରେ ସେ ପ୍ରାଣ ହରାଇଛନ୍ତି। ଦେଶର ରାଜଧାନୀ ଦିଲ୍ଲୀର ମୁନିରକା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି।

Advertisment

ଶନିବାର ଭୋର ପ୍ରାୟ ୪.୩୦ରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ଜିମ୍ମି ହେଉଛନ୍ତି ପ୍ରାଣ ହରାଇଥିବା ରବିନ ଶ୍ରୀସାଥା ଓ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ବନ୍ଧୁ। ଘରେ ଏସି କାମ କରୁ ନଥିବାରୁ ପତ୍ନୀ ଓ ପୁଅକୁ ଧରି ଜିମ୍ମି ଶୁକ୍ରବାର ରବିନଙ୍କ ପାଖକୁ ଚାଲି ଆସିଥିଲେ। ରବିନ ଓ ତାଙ୍କ ଗର୍ଲଫ୍ରେଣ୍ଡ ଏକାଠି ରୁହନ୍ତି।

ପୁଲିସ୍ କହିଛି ଯେ ଜିମ୍ମି ଶୁକ୍ରବାର ରାତିରେ ରବିନଙ୍କ ଘରେ ପ୍ରଚୁର ବିୟର ପିଇଥିଲେ। ଏହାପରେ ମଦ ନିଶାରେ ତାଙ୍କ ପତ୍ନୀଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ।

Advertisment

ଏହା ଦେଖି ରବିନ ଓ ତାଙ୍କ ଗର୍ଲଫ୍ରେଣ୍ଡ ମିଳିତ ଭାବେ ଜିମ୍ମିଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ମଦ୍ୟପ ଜିମ୍ମି ସେମାନଙ୍କୁ ଧମକ ଦେବା ସହ ତାଙ୍କ ପରିବାର ମାମଲାରେ ହସ୍ତକ୍ଷେପ ନ କରିବାକୁ ଚେତାବନୀ ଦେଇଥିଲେ।

ଏହାକୁ ନେଇ ଜିମ୍ମି ଓ ରବିନଙ୍କ ମଧ୍ୟ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗି ଯାଇ ଜିମ୍ମି ଘରେ ଥିବା ଛୁରୀରେ ରବିନଙ୍କୁ ଆକ୍ରମଣ କରିଥିଲେ। ଛୁରୀ ତାଙ୍କ ଛାତିରେ ପଶି ଯିବାରୁ ସମସ୍ତେ ଡରି ଯାଇଥିଲେ। ରବିନଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ ତୁରନ୍ତ ସଫଦର୍ଜଙ୍ଗ ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜି ଦେଇଛନ୍ତି।

ଖବର ପାଇ କିଷ୍ଣାଗଡ଼ ପୁଲିସ ହସ୍ପିଟାଲରେ ପହଞ୍ଚିଥିଲା। ରବିନଙ୍କ ଗର୍ଲଫ୍ରେଣ୍ଡ ଦେଇଥିବା ବୟାନ ଆଧାରରେ ପୁଲିସ୍‌ ଜିମ୍ମିଙ୍କୁ ଗିରଫ କରିଛି। 

Murder Delhi