Advertisment

ବାହାଘର ଭୋଜିରେ ଅଧିକ ଚିକେନ ମାଗିବାରୁ ବନ୍ଧୁଙ୍କୁ ମାରିଲା ବନ୍ଧୁ

ଭୋଜିରେ ସାମିଲ ହୋଇଥିବା ଜଣେ ୩୦ ବର୍ଷୀୟ ଯୁବକ ଅଧିକ ଚିକେନ ଖାଇବାକୁ ମାଗିଥିଲେ। ବାସ୍‌ ଏଥିପାଇଁ ତାଙ୍କୁ ଜୀବନ ହରାଇବାକୁ ପଡ଼ିଛି।

Chicken

Chicken

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଅଧିକ ଖଣ୍ଡେ ଚିକେନ ମାଗିବାରୁ ବନ୍ଧୁଙ୍କୁ ମାରିଛି ବନ୍ଧୁ। ବାହାଘର ପାଇଁ ଜଣେ ବନ୍ଧୁ ଭୋଜି ଦେଉଥିଲେ। ଏହି ଭୋଜିରେ ସାମିଲ ହୋଇଥିବା ଜଣେ ୩୦ ବର୍ଷୀୟ ଯୁବକ ଅଧିକ ଚିକେନ ଖାଇବାକୁ ମାଗିଥିଲେ। ବାସ୍‌ ଏଥିପାଇଁ ତାଙ୍କୁ ଜୀବନ ହରାଇବାକୁ ପଡ଼ିଛି। କର୍ଣ୍ଣାଟକାର ବେଲାଗାଭିରୁ ଏପରି ଘଟଣା ସାମ୍ନାକୁ ଆସିଛି।

Advertisment

ମୃତକ ଜଣଙ୍କ ହେଲେ ୩୦ ବର୍ଷୀୟ ବିନୋଦ ମାଲାଶେଟ୍ଟି। ନିକଟରେ ତାଙ୍କ ବନ୍ଧୁ ଅଭିଷେକ କୋପ୍ପାଡ ବିବାହ କରିଥିଲେ। ଏଥିପାଇଁ ରବିବାର ଦିନ ସେ ନିଜର କିଛି ହାତ ଗଣତି ବନ୍ଧୁଙ୍କ ସହ ମିଶି ଭୋଜି କରୁଥିଲେ। ଅଭିଷେକଙ୍କ ଫାର୍ମ ହାଉସରେ ଭୋଜି ହେଉଥିଲା।

ଭୋଜି ଆରମ୍ଭରୁ ସବୁ କିଛି ଠିକ ଠାକ ଥିବେ ବେଳେ ସମସ୍ତେ ଏହାକୁ ଉପଭୋଗ ମଧ୍ୟ କରୁଥିଲେ। ହେଲେ ଖାଦ୍ୟ ଖାଇବା ବେଳେ ଆରମ୍ଭ ହୋଇଥିଲା ବିବାଦ। ଅଭିଷେକ ଓ ବିନୋଦଙ୍କ ଆଉ ଜଣେ ବନ୍ଧୁ ହେଲେ ବିତ୍ତଲ ହାରୁଗୋପ୍ପ। ସେ ଭୋଜିରେ ଖାଦ୍ୟ ପରସିବାରେ ଲାଗିଥିଲେ।

Advertisment

ଏହିକ୍ରମରେ ସେ ବିନୋଦଙ୍କୁ ଚିକେନ ମଧ୍ୟ ଦେଇଥିଲେ। କିନ୍ତୁ ଚିକେନ ଖଣ୍ଡ ଗୁଡ଼ିକର ଆକାର ଛୋଟ ଥିବା ବିନୋଦ ଅଭିଯୋଗ କରିଥିଲେ। ଏଥିସହ ଆଉ ଖଣ୍ଡେ ଚିକେନ ଦେବାକୁ କହିଥିଲେ। ଏହାକୁ ନେଇ ବିନୋଦ ଓ ବିତ୍ତଲଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

ଯୁକ୍ତିତର୍କ ଚାଲିଥିବା ବେଳେ ବିତ୍ତର ନିଜ ରାଗ ଉପରୁ ନିୟନ୍ତ୍ରଣ ହରାଇଥିଲେ। ସେ ସିଧା ରୋଷେଇ ଘରକୁ ଯିବା ସହ ପିଆଜ କଟା ଛୁରୀ ଆଣିଥିଲେ। ଏହାକୁ ଏକାଧିକ ଥର ବିନୋଦଙ୍କ ଶରୀରରେ ଭୁଷି ପକାଇଥିଲେ।

ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଘଟଣାସ୍ଥଳରେ ହିଁ ବିନୋଦଙ୍କ ମୃତ୍ୟୁ ହୋଇଥିଲା। ପୁଲିସ୍‌ ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

Karnataka Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe