Advertisment

ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ

ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।

author-image
Hemant Lenka
Maya

Maya

ଶନିବାର ଦିନ ଜଣେ ଯୁବତୀ ବେଙ୍ଗାଲୁରୁରେ ଥିବା ସର୍ଭିସ ଆପାର୍ଟମେଣ୍ଟ ଭିତରକୁ ନିଜର ପ୍ରେମିକଙ୍କ ସହ ବେଶ ହସଖୁସିରେ ପ୍ରବେଶ କରିଥିଲେ। ଆସାମର ମୂଳବାସିନ୍ଦା ଏହି ଯୁବତୀଙ୍କୁ ପାଖରେ ପାଇ ତାଙ୍କ ପ୍ରେମିକ ମଧ୍ୟ ବେଶ ଖୁସଥିଲେ।

Advertisment

ହେଲେ ସମାନ ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।

ନଭେମ୍ବର ୨୩ରେ ଆସାମର ମାୟା ଗୋଗୋଇ ତାଙ୍କ ବୟଫ୍ରେଣ୍ଡ ଆରବ ହର୍ନିଙ୍କ ସହ ମିଶି ସର୍ଭିସ ଆପାର୍ଟମେଣ୍ଟକୁ ବୁକ କରିଥିଲେ। ସର୍ଭିସ ଆପାର୍ଟମେଣ୍ଟରେ ହୋଟେଲ ଭଳି ସବୁ ସୁବିଧା ମିଳେ। ତେବେ ହୋଟେଲ ତୁଳନାରେ ଏଠାକାର ପରିବେଶ ଘର ଭଳି। କିନ୍ତୁ ହୋଟେଲ ଭଳି ସେବା ଏଠାରେ ଉପଲବ୍ଧ ରହିଥାଏ। ସେହିପରି ହୋଟେଲ ତୁଳନାରେ ଏଠାରେ ଭଡ଼ା ମଧ୍ୟ କମ।

Advertisment

ଖାସ ଏହି କାରଣ ପାଇଁ ମାୟା ଓ ତାଙ୍କ ବୟଫ୍ରେଣ୍ଡ ଆରବ ସର୍ଭିସ ଆପାର୍ଟମେଣ୍ଟକୁ ବୁକ କରିଥିଲେ। ପୁଲିସ୍‌ ଆଶଙ୍କା କରିଛି ଯେ ଆରବ ସୋମବାର ଦିନ ମାୟାଙ୍କୁ ଏକାଧିକ ଥର ଛୁରୀ ଭୁଷି ହତ୍ୟା କରିଛି। ଏହାପରେ ମୃତଦେହ ସହ ପୂରା ଦିନ ରହିଛି।

କାରଣ ମଙ୍ଗଳବାର ସକାଳେ ଇନ୍ଦିରାନଗର ଅଞ୍ଚଳରେ ଥିବା ଏହି ସର୍ଭିସ ଆପାର୍ଟମେଣ୍ଟରୁ ଆରବ ଏକାକୀ ବାହାରି ଯାଉଥିବାର ସିସିଟିଭି ଫୁଟେଜ ରହିଛି। ଏଠାରେ ଥିବା ବେଡଶିଟ ଓ ତକିଆରେ ମଧ୍ୟ ରକ୍ତର ଛିଟା ପଡ଼ିଥିବା ଫଟୋ ସାମ୍ନାକୁ ଆସିଛି।

ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ ନଭେମ୍ବର ୨୩ରୁ ୨୬ ଯାଏ କୌଣସି ଅଜଣା ଲୋକ ସର୍ଭିସ ଆପାର୍ଟମେଣ୍ଟ ଭିତରକୁ ଯାଇନାହାନ୍ତି। ଆରବ ସେଠାରୁ ଯିବା ପରେ ହିଁ ମୃତଦେହକୁ ଠାବ କରାଯାଇଥିଲା। ପୁଲିସ୍‌ ଖବର ପାଇବା ମାତ୍ରେ ଘଟଣା ସ୍ଥଳରେ ସନ୍ଧାନୀ କୁକୁରକୁ ଧରି ପହଞ୍ଚି ଥିଲା। ଏବେ ପୁଲିସ୍‌ ଫେରାର ଆରବକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

ମାୟା ଗୋଗୋଇ ଗୋଟିଏ ଘରୋଇ କମ୍ପାନୀରେ କାମ କରିବା ସହ ବ୍ଲଗ ମଧ୍ୟ ତିଆରି କରନ୍ତି। ସେ ଏଚଏସ୍‌ଆର ଲେଆଉଟରେ ଥିବା ଗୋଟିଏ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲେ।

Bengaluru