ବାପାଙ୍କୁ ତଣ୍ଟି ଚିପି ମାରିଲା, ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କଲା

ପୁଲିସ୍‌ ସୂର୍ଯ୍ୟକୁ ଗିରଫ କରିଥିବା ବେଳେ ଏଯାଏ ତା’ ସାଙ୍ଗ ଫେରାର ରହିଛି। ସେହିପରି ହତ୍ୟାର ପ୍ରକୃତ କାରଣ ଜାଣିବା ପାଇଁ ମଧ୍ୟ ପୁଲିସ ଉଦ୍ୟମ କରୁଛି।

Karnataka

ଘଟଣା ବେଳର ଦୃଶ୍ୟ

Hemant Lenka
  • Published: Wednesday, 14 May 2025
  • Updated: 14 May 2025, 04:05 PM IST

Sports

Latest News

ବାପା। ଏହି ଶବ୍ଦର ବିକଳ୍ପ ନାହିଁ। ପିଲାର ସବୁ ଅଳି ଅଝଟକୁ ସହ୍ୟ କରି ତାକୁ ବଡ଼ ମଣିଷ କରିବାକୁ ବାପା ସବୁବେଳେ ଚେଷ୍ଟା କରନ୍ତି। ପୁଅର ସବୁ ଭଲ ମନ୍ଦ ବୁଝନ୍ତି। ଆଶା ଥାଏ ପୁଅ ମଲା ବେଳେ ମୁହଁରେ ଟିକିଏ ନିଆଁ ଦେବ। ବାର୍ଦ୍ଧକ୍ୟ କାଳରେ ତାଙ୍କୁ ସାହା ହେବ। ହେଲେ ଏମିତି କିଛି ପୁଅ ଅଛନ୍ତି ଯେଉଁମାନେ ବାପାଙ୍କ ବଳିଦାନର ମୂଲ୍ୟ ବୁଝନ୍ତି ନାହିଁ। ଯେଉଁ ବାପା ତାଙ୍କୁ ଛୋଟର ବଡ଼ କରିଥିଲେ, ସେ ତାଙ୍କୁ କଷ୍ଟ ଦେବାକୁ ପଛାନ୍ତି ନାହିଁ। କିଛି ପୁଅ ବାପାଙ୍କୁ ମାରିବାକୁ ମଧ୍ୟ ତିଳେ ହେଲେ ଡେରି କରନ୍ତି ନାହିଁ।

ଏମିତି ଜଣେ କୁଳଙ୍ଗାର ପୁଅ କର୍ଣ୍ଣାଟକାରୁ ସାମ୍ନାକୁ ଆସିଛି। ଯିଏ ନିଜ ବାପାଙ୍କୁ ତଣ୍ଟି ଚିପି ହତ୍ୟା କରିଛି। ହତ୍ୟା ପରେ ବାପା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବୋଲି ପ୍ରମାଣ କରିବାକୁ ପୁଅ ସବୁ ପ୍ରକାରର ଚେଷ୍ଟା ବି କରିଛି। କର୍ଣ୍ଣାଟକାର ଟୁମକୁରୁ ଜିଲ୍ଲାରେ ଏଭଳି ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ତା’ ବାପାଙ୍କୁ ତଣ୍ଟି ଚିପି ହତ୍ୟା କରିଛି। ଏହାପରେ ବାପାଙ୍କ ମୃତ୍ୟୁ କରେଣ୍ଟ ଲାଗିବା ଯୋଗୁ ହୋଇଥିବା ପ୍ରମାଣ କରିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଛି।

Also Read

ହତ୍ୟା ମେ’ ୧୧ ତାରିଖରେ ହୋଇଥିବା ବେଳେ ପୁଲିସ୍‌ ତଦନ୍ତ କରି ହତ୍ୟାକାରୀ ପୁଅକୁ ଧରିବାକୁ ଏବେ ସକ୍ଷମ ହୋଇଛି। ଅପରାଧ ଘଟିଥିବା ସ୍ଥଳର ସିସିଟିଭିକୁ ଯାଞ୍ଚ କରିବା ପରେ ପୁଅର ଜଘନ୍ୟକାଣ୍ଡ ସାମ୍ନାକୁ ଆସିଛି। ପୁଲିସର ସୂଚନା ଅନୁସାରେ, ନାଗେଶ ଓ ତାଙ୍କ ପୁଅ ସୂର୍ଯ୍ୟ ମେ’ ୧୧ ତାରିଖ ରାତିରେ ଆପୋଲୋ ଆଇସ କ୍ରିମ ଫ୍ୟାକ୍ଟ୍ରୀରେ କାମ କରୁଥିଲେ। ରାତି ପ୍ରାୟ ୧.୪୫ରେ କୌଣସି କାରଣକୁ ନେଇ ବାପା-ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଏହି ଯୁକ୍ତିତର୍କ ମାରପିଟର ରୂପ ନେଇଥିଲା।

ସିସିଟିଭିରୁ ଜଣାପଡ଼ିଛି ଯେ ୫୫ ବର୍ଷୀୟ ନାଗେଶ ଅତ୍ୟନ୍ତ ରାଗି ଯାଇ ଯୁକ୍ତିତର୍କ ବେଳେ ପୁଅକୁ ଶକ୍ତ ଚାପୁଡ଼ା ମାରିଥିଲେ। ପିନ୍ଧିଥିବା ଚପଲ ଖୋଲିଥିଲେ ଓ ପୁଅ ସୂର୍ଯ୍ୟକୁ ପିଟିଥିଲେ। ଏତିକିରେ ତାଙ୍କ ମନ ବୁଝି ନଥିଲା। ଗୋଟିଏ ବାଡ଼ିରେ ସେ ସୂର୍ଯ୍ୟକୁ ପିଟିବାରୁ ଏହାକୁ ଅଟକାଇବାକୁ ସେ ଚେଷ୍ଟା କରିଥିଲେ।

ବାପାଙ୍କ ଆକ୍ରମଣକୁ ରୋକିବା ପାଇଁ ଚେଷ୍ଟା କରୁଥିବା ସୂର୍ଯ୍ୟ ପୂରା ଘଟଣା ବେଳେ ଗୋଟିଏ ଧଳା ରଙ୍ଗର କପଡ଼ା ଧରିଥିବା ଦେଖାଯାଉଛି। ମାରପିଟ ପରେ ଯେତେବେଳେ ନାଗେଶ ଅନ୍ୟତ୍ର ଯିବାକୁ ଚେଷ୍ଟା କରୁଥିଲେ ସେତେବେଳେ ସୂର୍ଯ୍ୟ ଉକ୍ତ ଧଳା କପଡ଼ା ଦ୍ୱାରା ବାପାଙ୍କୁ ପଛ ପଟୁ ଆକ୍ରମଣ କରିଥିଲେ। ଧଳା କପଡ଼ାରେ ନାଗେଶଙ୍କ ବେକକୁ ଗୁଡ଼ାଇ ଦେଇ ତଳେ ପକାଇ ଦେଇଥିଲା। ସେ ତଳେ ପଡ଼ି ଛଟପଟ ହେଉଥିବା ବେଳେ ସୂର୍ଯ୍ୟ ତାଙ୍କ ତଣ୍ଟିକୁ ଚିପି ଦେଇଥିଲା। ଭିଡିଓରେ ସୂର୍ଯ୍ୟର ଜଣେ ସାଙ୍ଗକୁ ଦେଖିବାକୁ ମିଳୁଛି। ନାଗେଶ ନିସ୍ତେଜ ହୋଇ ତଳେ ପଡ଼ିଥିବା ବେଳେ ସୂର୍ଯ୍ୟର ବନ୍ଧୁ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଥିଲେ।

ପୂରା ଘଟଣାକୁ ଦୁର୍ଘଟଣାର ରୂପ ଦେବାକୁ ଦୁଇ ବନ୍ଧୁ ନାଗେଶଙ୍କ ମୃତଦେହକୁ ବେଡରେ ରଖିଥିଲେ। ଏହାପରେ ତାଙ୍କ ଆଙ୍ଗୁଳିରେ ଇଲେକ୍ଟ୍ରିକ ଶକ ଦେଇଥିଲେ। ଏପରି କରି ସେମାନେ ନାଗେଶଙ୍କ ମୃତ୍ୟୁ କରେଣ୍ଟ ଲାଗିବା ଯୋଗୁ ହୋଇଥିବା ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ।

ବନ୍ଧୁ ସହ ମିଶି ବାପାଙ୍କୁ ହତ୍ୟା କରିଥିବା ସୂର୍ଯ୍ୟ ଖସି ଯିବାର ପୂରା ସମ୍ଭାବନା ରହିଥିଲା। କିନ୍ତୁ ନାଗେଶଙ୍କ ଝିଅ ସବିତା ପୁଲିସ୍‌ରେ ତଦନ୍ତ ପାଇଁ ଦାବି କରିବା ପରେ ଏହାର ଯାଞ୍ଚ ହୋଇଥିଲା। ଯାଞ୍ଚ ବେଳେ ସୂର୍ଯ୍ୟର ସବୁ କାରନାମା ଧରାପଡ଼ିଥିଲା। ପୁଲିସ୍‌ ସୂର୍ଯ୍ୟକୁ ଗିରଫ କରିଥିବା ବେଳେ ଏଯାଏ ତା’ ସାଙ୍ଗ ଫେରାର ରହିଛି। ସେହିପରି ହତ୍ୟାର ପ୍ରକୃତ କାରଣ ଜାଣିବା ପାଇଁ ମଧ୍ୟ ପୁଲିସ ଉଦ୍ୟମ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story