Advertisment

ବିବାହିତାଙ୍କୁ ନେଇ ଫେରାର ହୋଇଯାଇଥିବା ବ୍ୟକ୍ତିଙ୍କୁ ପରିସ୍ରା ପିଆଇଲେ ଓ ପ୍ରବଳ ପିଟିଲେ

ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିଛି। ହେଲେ ଦଣ୍ଡ ପାଇଥିବା ବ୍ୟକ୍ତି ଜଣଙ୍କ ଏଯାଏ ପୁଲିସ୍‌ରେ ଏନେଇ ଅଭିଯୋଗ କରି ନାହାନ୍ତି।

MP

MP

Advertisment

ବର୍ବରତା। ଅମାନୁଷିକତା। ନିଷ୍ଠୁର। ଯେତେ ଯାହା କହିଲେ ମଧ୍ୟ ସାମ୍ନାକୁ ଆସିଥିବା ଘଟଣା ପାଇଁ କମ ପଡ଼ିବ। ବିବାହିତ ମହିଳାଙ୍କୁ ପ୍ରେମ କରିବା ସହ ତାଙ୍କୁ ଘରୁ ଭଗେଇ ନେଇ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ଦିଆଯାଇଛି ତାଲିବାନୀ ଦଣ୍ଡ।

Advertisment

ତାଙ୍କୁ ସର୍ବସମ୍ମୁଖରେ ଭିନ୍ନଭିନ୍ନ ତରିକାରେ ମିଳିଛି ଦଣ୍ଡ। କିଛି ଲୋକ ବ୍ୟକ୍ତି ଜଣଙ୍କୁ ପ୍ରବଳ ପିଟିବା ସହ ତାଙ୍କୁ ଅଧା ଲଣ୍ଡା କରି ଗାଁ ବୁଲାଇଛନ୍ତି। ଏଥିସହ ତାଙ୍କୁ ବଳପୂର୍ବକ ପରିସ୍ରା ମଧ୍ୟ ପିଆଇଛନ୍ତି। ଖାଲି ସେତିକି ନୁହେଁ, ତାଙ୍କୁ ଜୋତା ବି ଚଟାଇଛନ୍ତି।

ମଧ୍ୟପ୍ରଦେଶର ଉଜ୍ଜୟୀନରେ ଏପରି ଘଟଣା ଘଟିଥିବା ବେଳେ ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିଛି। ହେଲେ ଦଣ୍ଡ ପାଇଥିବା ବ୍ୟକ୍ତି ଜଣଙ୍କ ଏଯାଏ ପୁଲିସ୍‌ରେ ଏନେଇ ଅଭିଯୋଗ କରି ନାହାନ୍ତି। ପୁଲିସ୍‌ କେବଳ ଭାଇରାଲ ଭିଡିଓକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ କିଛି ଲୋକ ସଂଘବଦ୍ଧ ଭାବେ ବ୍ୟକ୍ତି ଜଣଙ୍କୁ ଉଭୟ ଶାରିରୀକ ଓ ମାନିସିକ ଭାବେ ନିର୍ଯାତନା ଦିଆଯାଉଛି। ବ୍ୟକ୍ତି ଜଣଙ୍କ ବେକରେ ଚପଲ ମାଳ ପଡ଼ିଥିବା ବେଳେ ତାଙ୍କୁ କିଛି ତରଳ ଜିନିଷ ପିଇବାକୁ ଦିଆଯାଉଛି।

ସେ ପିଉଥିବା ତରଳ ଜିନିଷ ପରିସ୍ରା ଥିଲା। କିଛି ଲୋକ ତାଙ୍କୁ ପାଟି କରିବା ସହ ପରିସ୍ରା ପିଇବାକୁ କହୁଛନ୍ତି। ସେ ଯେଉଁ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ଫେରାର କରି ନେଇ ଯାଇଥିଲେ ସେ ମଧ୍ୟ ତାଙ୍କୁ ମାଡ଼ ମାରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ଆଉ ଗୋଟିଏ ଭିଡିଓରେ ବ୍ୟକ୍ତି ଜଣଙ୍କ ହାତରେ ଗୋଟିଏ ପଟ ଜୋତାକୁ ଚାଟୁ ଥିବା ବେଳେ ଆଉ ଗୋଟିଏକୁ ନିଜ ମୁଣ୍ଡରେ ରଖିଛନ୍ତି। ତାଙ୍କ ନିଶ ଓ ମୁଣ୍ଡର ଚୁଟି ଅଧା ଅଧା କାଟି ମଧ୍ୟ ଦିଆଯାଇଛି।

ଭିଡିଓ ଭାଇରାଲ ହେବା ପରେ ଅତରିକ୍ତ ଏସ୍‌ପି ନିତେଶ ଭାର୍ଗବ କହିଛନ୍ତି, ପୁଲିସ୍‌ ନିଜ ଆଡ଼ୁ ମାମଲାକୁ ଗୁରୁତ୍ୱର ସହ ନେଇଛି। ଭିଡିଓଟି ୩ରୁ ୪ ଦିନ ପୁରୁଣା ହେବ। ପୁଲିସ୍‌ ପୀଡ଼ିତଙ୍କ ସହ ମଧ୍ୟ ଯୋଗାଯୋଗ କରିଛି। ପୁଲିସ୍‌ ପୀଡ଼ିତଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ଘରେ ନଥିବା ତାଙ୍କ ପରିବାର ଲୋକ କହିଛନ୍ତି।

ତେବେ ଫୋନରେ ନିତେଶ ତାଙ୍କ ସହ କଥା ହୋଇଛନ୍ତି ଓ ସେ ପୁଲିସ୍‌କୁ ଭେଟିବାକୁ ରାଜି ହୋଇଛନ୍ତି। ପୀଡ଼ିତଙ୍କ ଠାରୁ ସବୁ କଥା ଶୁଣିବା ପରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

କୁହାଯାଉଛି ଯେ ପୀଡ଼ିତ ଜଣଙ୍କ ଭିଲଖେଡି ଗାଁର। ସେ ବଞ୍ଜାରା ସଂପ୍ରଦାୟର। ବ୍ୟକ୍ତି ଜଣଙ୍କ ଗାଁର ଜଣେ ବିବାହିତାଙ୍କୁ ସାଙ୍ଗରେ ଧରି ଫେରାର ହୋଇଯାଇଥିଲେ। ଏଥିପାଇଁ ତାଙ୍କ ସହ ଏପରି ଘଟଣା ଘଟିଛି।

Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe