Advertisment

ପୁଲିସ୍‌କୁ ଡର ନାହିଁ, ହସ୍ପିଟାଲରେ ପଶି ରୋଗୀଙ୍କ ସମ୍ପର୍କୀୟଙ୍କୁ ପ୍ରବଳ ପିଟିଲେ

ଟ୍ରମା କେୟାର ୟୁନିଟ ସମ୍ମୁଖରେ ସୌରଭ ବସିଥିବା ବେଳେ ହଠାତ ୧୫ରୁ ୨୦ ଜଣ ଯୁବକ ହକିଷ୍ଟିକ ଓ କାଠ ଫାଳିଆ ଧରି ପହଞ୍ଚିଥିଲେ।

Trauma Center

Trauma Center

Advertisment

ପୁଣି ଚର୍ଚ୍ଚାରେ କୋଲକାତାର ଗୋଟିଏ ସରକାରୀ ହସ୍ପିଟାଲ। ପୁଲିସ୍‌ର କଡ଼ା ପହରା ସତ୍ତ୍ୱେ ୧୫ରୁ ୨୦ ଜଣ ଯୁବକ ହସ୍ପିଟାଲରେ ପଶି ଘଟଣାଇଛନ୍ତି ଲଙ୍କାକାଣ୍ଡ। ସେମାନେ କୋଲକାତାର ଆଇପିଜିଏମଇଆର ଏସଏସକେଏମ ହସ୍ପିଟାଲରେ ଜଣେ ଯୁବକଙ୍କୁ ହକି ଷ୍ଟିକରେ କରିଛନ୍ତି ଆକ୍ରମଣ। ରବିବାର ସକାଳେ ଯୁବକମାନେ ହସ୍ପିଟାଲରେ ପଶି ଏପରି କାଣ୍ଡ ଘଟାଇଛନ୍ତି।

Advertisment

ସେମାନଙ୍କ ଆକ୍ରମଣରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ପୁଅ ସୌରଭ ମୋଡାକ ଗୁରୁତର ହୋଇଛନ୍ତି। ଟ୍ରମା କେୟାର ୟୁନିଟ ସମ୍ମୁଖରେ ସୌରଭ ବସିଥିବା ବେଳେ ହଠାତ ୧୫ରୁ ୨୦ ଜଣ ଯୁବକ ହକିଷ୍ଟିକ ଓ କାଠ ଫାଳିଆ ଧରି ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେମାନେ ସୌରଭଙ୍କୁ ତଳେ ପକାଇ ଦେଇଥିଲେ ଓ ମନିଇଜଚ୍ଛା ପିଟି ଚାଲିଥିଲେ।

ହସ୍ପିଟାଲର ସୁରକ୍ଷା ପାଇଁ ପୁଲିସ୍‌ କର୍ମଚାରୀମାନେ ଉପସ୍ଥିତ ଥିଲେ ହେଁ ସେମାନେ ଆକ୍ରମଣକାରୀମାନଙ୍କୁ ରୋକି ପାରି ନଥିଲେ। ସେମାନେ ସୌରଭଙ୍କୁ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ହସ୍ପିଟାଲରୁ ଫେରାର ହୋଇଯାଇଛନ୍ତି।

Advertisment

ଆକ୍ରମଣକାରୀମାନେ ଯିବା ପରେ ହସ୍ପିଟାଲର କର୍ମଚାରୀମାନେ ସୌରଭଙ୍କୁ ଉଦ୍ଧାର କରିଥିଲେ ଓ ଟ୍ରମା କେୟାର ୟୁନିଟରେ ଭର୍ତ୍ତି କରିଥିଲେ। ତାଙ୍କ ମୁଣ୍ଡ, ହାତ, ଗୋଡ଼ ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆକ୍ରମଣକାରୀଙ୍କୁ ସୌରଭ ଚିହ୍ନି ନାହାନ୍ତି ଓ ଘଟଣା ପରେ ସେ ପୂରା ବିଚଳିତ ହୋଇପଡ଼ିଛନ୍ତି।

ଆରଜି କର କାଣ୍ଡ ପରେ ହସ୍ପିଟାଲର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ତଥାପି କୋଲକାତାରୁ ଏପରି ଘଟଣା ସାମ୍ନାକୁ ଆସିଛି।

Kolkata Kolkata Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe