Advertisment

ସ୍କୁଟରରେ କୁକୁରକୁ ବାନ୍ଧି ୬ କିମି ଯାଏ ଘୋଷାଡ଼ିଲେ

ପ୍ରାଣୀ ଦୟା ସଂଘର ମଞ୍ଜୁଲା କାରକେରା ରବିବାର ସକାଳ ୯.୪୭ରେ ଏପରି ଘଟଣାର ଭିଡିଓ ପାଇବା ପରେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି।

author-image
Hemant Lenka
Dog

Dog

ପଶୁ ହିଂସାର ସୀମା ଟିପିଛନ୍ତି ଜଣେ ବ୍ୟକ୍ତି। ଗୋଟିଏ କୁକୁରକୁ ସେ ନିଜର ସ୍କୁଟର ପଛ ପଟେ ବାନ୍ଧି ଦୀର୍ଘ ୬ କିମି ବାଟ ଘୋଷାଡ଼ିଛନ୍ତି। କର୍ଣ୍ଣାଟକାର ଶିର୍ଭା ଗ୍ରାମପଞ୍ଚାୟତ ବିଲଡିଂ ରୋଡରେ ଶନିବାର ଏପରି ଘଟଣା ଘଟିଛି।

Advertisment

ପ୍ରାଣୀ ଦୟା ସଂଘର ମଞ୍ଜୁଲା କାରକେରା ରବିବାର ସକାଳ ୯.୪୭ରେ ଏପରି ଘଟଣାର ଭିଡିଓ ପାଇବା ପରେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ କୁକୁରଟି ସ୍କୁଟର ପଛପଟେ ବନ୍ଧା ହୋଇଛି। ଏହାପରେ ଗାଡ଼ି ଚାଳକ ଜଣଙ୍କ ତାକୁ ସେଣ୍ଟ ମ୍ୟାରୀ ଜଙ୍କସନରୁ ମଞ୍ଚକଲା ଆଡ଼େ ଘୋଷାଡ଼ି ଘୋଷାଡ଼ି ନେଉଛନ୍ତି।

Advertisment

ମଞ୍ଜୁଲା ଘଟଣାକୁ ଅମାବନୀୟ ବୋଲି କହିଛନ୍ତି। କୁକୁରକୁ କ୍ଷତି ପହଞ୍ଚାଇବା ପାଇଁ ବ୍ୟକ୍ତି ଜଣଙ୍କ ଏପରି କରିଛନ୍ତି। ସମ୍ଭବତଃ କୁକୁରଟି ମରିବା ଯାଏ ସେ ତାକୁ ଏପରି ଘୋଷାଡ଼ି ଘୋଷାଡ଼ି ନେଇଥିବା କୁହାଯାଉଛି। 

ତଦନ୍ତରୁ ଜଣାପଡ଼ିଛି ଯେ ଏପରି କାଣ୍ଡ ଘଟାଇଥିବା ବ୍ୟକ୍ତି ଜଣଙ୍କ ହେଲେ କୋମ୍ବୁଗୁଡେର ଅବଦୁଲ ଖାଦେର। ସେ ବିନା ହେଲମେଟରେ ଗାଡ଼ି ମଧ୍ୟ ଚଳାଉଥିଲେ। ଏବେ ପୁଲିସ୍‌ ତାଙ୍କ ନାଁରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୨୫ ଓ ଅନ୍ୟାନ୍ୟ ଦଫାରେ ମାମଲା ରୁଜୁ କରିଛି।

Karnataka Stray Dog