MP
ବାପା ମା’ଙ୍କ କଥାରେ ରାଜି ହୋଇ ଫେବୃଆରୀ ମାସରେ ବାହା ହୋଇଥିଲେ। ବାହାଘର ପରେ କିଛି ମାସ ସବୁ କିଛି ଠିକଠାକ ରହିଥିଲା। ହେଲେ ବାପା ମା’ଙ୍କ କଥାରେ ବାହା ହେବାର କିଛି ମାସରେ ଆଉ ପତ୍ନୀ ସୁନ୍ଦର ଦିଶି ନଥିଲେ। ପତ୍ନୀଙ୍କୁ ନିର୍ଯାତନା ଦେବା ସହ ବାପ ଘରୁ ଯୌତୁକ ଆଣିବାକୁ ଚାପ ପକାଇଥିଲେ। ଏଥିରେ ପତ୍ନୀ ରାଜି ନ ହେବାରୁ ଆରମ୍ଭ ହୋଇଥିଲା ନିର୍ଯାତନା।
କିନ୍ତୁ ରବିବାର ସବୁ ସୀମା ପାର କରି ଯାଇଥିଲେ ସ୍ୱାମୀ। ସେ ପତ୍ନୀଙ୍କ ହାତ ଗୋଡ଼ ବାନ୍ଧି ତାଙ୍କ ପାଟିରେ ପୂରାଇ ଦେଇଛନ୍ତି ଗରମ ଛୁରୀ। ହାତ ଠାରୁ ଆରମ୍ଭ କରି ଶରୀରର ବିଭିନ୍ନ ସ୍ଥାନରେ ଗରମ ଛୁରୀରେ ଦେଇଛନ୍ତି ଚେଙ୍କ। ନବ ବଧୂଙ୍କ ଶରୀରରେ ୫୦ରୁ ଅଧିକ ଚେଙ୍କ ରହିଥିବା ବେଳେ ଏବେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ମଧ୍ୟପ୍ରଦେଶରୁ ଏପରି ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଜଣେ ୨୩ ବର୍ଷୀୟ ମହିଳା ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହାତ ଗୋଡ଼ ବାନ୍ଧି ସ୍ୱାମୀ ନିର୍ଯାତନା ଦେଉଥିବାରୁ ମହିଳା ଜଣଙ୍କ ଚିତ୍କାର କରିଥିଲେ। ଏଥିଯୋଗୁ ସ୍ୱାମୀ ଜଣଙ୍କ ତାଙ୍କ ପାଟିରେ ଗରମ ଛୁରୀକୁ ପୂରାଇ ଦେଇଥିବା ଜଣାପଡ଼ିଛି। ପୂରା ଘଟଣା ମଧ୍ୟପ୍ରଦେଶର ଖାରଗୋନ ଜିଲ୍ଲାରେ ଘଟିଛି। ନିଶାସକ୍ତ ଅବସ୍ଥାରେ ସ୍ୱାମୀ ଜଣଙ୍କ ପତ୍ନୀଙ୍କ ସହ ଏପରି କାଣ୍ଡ ଘଟାଇଛନ୍ତି।
ପୀଡ଼ିତାଙ୍କ କହିବା କଥା ଯେ ସେ ସ୍ୱାମୀଙ୍କ ଯୌତୁକ ଦାବିକୁ ପୂରଣ କରିପାରି ନଥିଲେ। ସେହିପରି ସେ ସ୍ୱାମୀଙ୍କ ଆଖିରେ ସୁନ୍ଦର ନଥିଲେ। ସ୍ୱାମୀ ତାଙ୍କୁ ଅସୁନ୍ଦର କହି ବାହାଘରର କିଛି ମାସ ପରଠାରୁ ହିଁ ଘୃଣା କରିବା ଆରମ୍ଭ କରିଥିଲେ। ରବିବାର ସ୍ୱାମୀ ମଦ ପିଇ ଘରକୁ ଆସିବା ସହ ତାଙ୍କ ସହ ଏପରି କାଣ୍ଡ ଘଟାଇଥିବା ସେ ଅଭିଯୋଗ କରିଛନ୍ତି।
ଚଳିତ ବର୍ଷ ଫେବୃଆରୀ ମାସରେ ଅବରାକଚ ଗାଁର ଖୁସବୁ ବରୱାନି ଜିଲ୍ଲା ଅନ୍ତର୍ଗତ ଅଞ୍ଜଦ ଗାଁର ଦିଲୀପ ପିପାଲିୟାଙ୍କୁ ବିବାହ କରିଥିଲେ। ଦିଲୀପ ଜଣେ ସ୍କାର୍ପ ଡିଲର ଭାବେ କାମ କରନ୍ତି। ଫେବୃଆରୀ ୨ରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦିଲୀପ ବାସ୍ତବରେ ଖୁସବୁଙ୍କୁ ବାହା ହେବାକୁ ଚାହୁଁ ନଥିଲେ। କିନ୍ତୁ ବାପା ମା’ଙ୍କ କଥାରେ ସେ ବାହା ହୋଇଥିଲେ। ବାହାଘର କିଛି ଦିନ ପରେ ଖୁସବୁ ଅସୁନ୍ଦର ଦେଖା ଯାଉଥିବା ଅଭିଯୋଗ କରି ଦିଲୀପ ତାଙ୍କୁ ଘୃଣା କରିବା ଆରମ୍ଭ କରିଥିଲେ।
ରବିବାର ରାତିରେ ଦିଲୀପ ପ୍ରବଳ ମଦ ପିଇ ଘରକୁ ଆସିଥିଲେ। ସେ ଖୁସବୁଙ୍କୁ ମାଡ଼ ମାରିବା ସହ ଘୋଷାଡ଼ି ଘୋଷାଡ଼ି ରୋଷେଇ ଘରକୁ ନେଇଥିଲେ। ସେଠାରେ ତାଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ। ରୋଷେଇ ଘରର ଷ୍ଟୋଭରେ ଗୋଟିଏ ଛୁରୀକୁ ଗରମ କରି ସେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦେଇଥିଲେ। ସେ ଚିତ୍କାର କରିବାରୁ ଦିଲୀପ ତାଙ୍କ ପାଟିରେ ମଧ୍ୟ ଗରମ ଛୁରୀକୁ ଭର୍ତ୍ତି କରି ଦେଇଥିଲେ। ଖୁସବୁ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଦିଲୀପ ତାଙ୍କୁ ସେଠାରେ ଛାଡ଼ି ଶୋଇବାକୁ ଚାଲି ଯାଇଥିଲେ।
ତେବେ ସୋମବାର ଭୋର ପ୍ରାୟ ୪.୩୦ରେ ଖୁସବୁ କୌଶଳ କ୍ରମେ ଦିଲୀପଙ୍କ ଘରୁ ଖସି ଆସିଥିଲେ। ଏହାପରେ ଜଣେ ସଫେଇ କର୍ମଚାରୀଙ୍କ ଠାରୁ ଫୋନ ଆଣି ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲେ। ପରିବାର ଲୋକ ତାଙ୍କୁ ସେଠାରୁ ଉଦ୍ଧାର କରି ଅବରାକଚ ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରିଥିଲେ।
ପୁଲିସ୍ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଖୁସବୁଙ୍କ ପରିବାର ଲୋକ ସ୍ୱାମୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି। ହସ୍ପିଟାଲ ପକ୍ଷରୁ ଘଟଣା ସମ୍ପର୍କରେ ପୁଲିସ୍କୁ ଖବର ଦିଆଯାଥିଲା। ପୁଲିସ୍ ହସ୍ପିଟାଲରେ ପହଞ୍ଚି ଖୁସବୁଙ୍କ ବୟାନ ରେକର୍ଡ କରିଥିଲା।
ଖୁସବୁଙ୍କ ବାପା ଲୋକେଶ ବର୍ମା କହିଛନ୍ତି, ନିର୍ଯାତନା ସମ୍ପର୍କରେ ଖବର ପାଇବା ପରେ ସେ ନିଜ ସାନ ପୁଅଙ୍କୁ ଝିଅ ପାଖକୁ ପଠାଥିଲେ। ଏହାପରେ ସେମାନେ ମେନଗାଓଁ ପୁଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ। କିନ୍ତୁ ସେଠାରୁ ଫେରିବା ସମୟରେ କିଛି ଲୋକ ପରିବାର ସଦସ୍ୟଙ୍କୁ ଧମକ ଦେଇଥିବା ଶ୍ରୀ ବର୍ମା ଅଭିଯୋଗ କରିଛନ୍ତି।
ତାଙ୍କ କହିବା କଥା ଯେ ଦିଲୀପ ତାଙ୍କ ଝିଅକୁ ପସନ୍ଦ କରୁ ନଥିଲେ ଓ ଅଧିକ ଯୌତକୁ ମାଗୁଥିଲେ। ଏବେ ସେ ନିଜ ଝିଅ ପାଇଁ ନ୍ୟାୟ ମାଗିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/MP_1756199988.jpg)