Advertisment

ଓଡ଼ିଶାରୁ ଯାଇ ମଧ୍ୟପ୍ରଦେଶରେ କାମ କରୁଥିଲେ, ଲକ୍ଷାଧିକ ଟଙ୍କାର ଚୂନ ଲଗାଇ ଫେରାର୍‌

୧୩ ଜଣ କର୍ମଚାରୀ ଦରମା ବାବଦରେ ୮.୫ ଲକ୍ଷ ଟଙ୍କା ପାଇବାର ଥିଲା। କିନ୍ତୁ ଏଚ୍‌ଆର ଭାବେ କାମ କରୁଥିବା ଓଡ଼ିଶାର ବ୍ୟକ୍ତି ଜଣଙ୍କ ସେମାନଙ୍କୁ ଦରମା ପଠାଇବା ବଦଳରେ ସବୁ ଟଙ୍କା ନିଜ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ପଠାଇ ଦେଇଛନ୍ତି।

Money

Money

Advertisment

ଜାତୀୟସ୍ତରରେ ଓଡ଼ିଶାକୁ ବଦନାମ କରିଛନ୍ତି ଜଣେ ବ୍ୟକ୍ତି। ସେ ଓଡ଼ିଶାରୁ ଯାଇ ମଧ୍ୟପ୍ରଦେଶର ଭୋପାଲରେ ଥିବା ଗୋଟିଏ ଘରୋଇ କମ୍ପାନୀରେ ମାନବ ସମ୍ବଳ (ଏଚଆର) ଭାବେ କାମ କରୁଥିଲେ। କିନ୍ତୁ ସେ କମ୍ପାନୀର କାମ କରୁଥିବା କିଛି କର୍ମଚାରୀଙ୍କ ଦରମାକୁ ହେରଫେର କରିଛନ୍ତି।

Advertisment

୧୩ ଜଣ କର୍ମଚାରୀ ଦରମା ବାବଦରେ ୮.୫ ଲକ୍ଷ ଟଙ୍କା ପାଇବାର ଥିଲା। କିନ୍ତୁ ଏଚ୍‌ଆର ଭାବେ କାମ କରୁଥିବା ଓଡ଼ିଶାର ବ୍ୟକ୍ତି ଜଣଙ୍କ ସେମାନଙ୍କୁ ଦରମା ପଠାଇବା ବଦଳରେ ସବୁ ଟଙ୍କା ନିଜ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ପଠାଇ ଦେଇଛନ୍ତି। ସେହିପରି ଟଙ୍କା ପଠାଇବା ପରେ ସେ କମ୍ପାନୀରେ କାହାକୁ କିଛି ନ କହି ଫେରାର ହୋଇଯାଇଛନ୍ତି।

ଏହି ଘଟଣା ସାମ୍ନାକୁ ଆସିବା ପରେ କମ୍ପାନୀର ମୁଖ୍ୟ ଏଚ୍‌ଆର ଏନେଇ ବାଗ ସେୱାନିଆ ପୁଲିସ୍‌ରେ ବିଧିବଦ୍ଧ ଭାବେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପୁଲିସ୍‌ ମାମଲା ରୁଜୁ କରି ଫେରାର ଥିବା ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ କରିଛି। ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଗଙ୍ଗାରାମ ବର୍ମା କହିଛନ୍ତି, ଇମଏରାଲ୍ଡ ପାର୍କ ସିଟିରେ ରହୁଥିବା ଅଭିଯୋଗକାରୀ ରାହୁଲ ସିଂହ ଗୋଟିଏ ଘରୋଇ କମ୍ପାନୀରେ ଏଚ୍‌ଆର ମ୍ୟାନେଜର ଭାବା କାମ କରନ୍ତି।

Advertisment

ଉକ୍ତ କମ୍ପାନୀରେ ଜୁନିୟର ଏଚ୍‌ଆର ଭାବେ ଓଡ଼ିଶାର ମୃତ୍ୟୁଞ୍ଜୟ ଜୈନ ମଧ୍ୟ କାମ କରୁଥିଲେ। ସେ ଗୋଟିଏ ବର୍ଷ ହେଲା ଏଚ୍‌ଆର ଭାବେ ଏଠାରେ କାର୍ଯ୍ୟରତ ଥିଲେ। ତାଙ୍କ ପାଖରେ କମ୍ପାନୀ ଏଚ୍‌ଆରର ଲଗଇନ ଆଇଡି ଓ ପାସୱାର୍ଡ ରହିଥିଲା। ସେ ନୂଆ କରି ନିଯୁକ୍ତି ପାଉଥିବା କର୍ମଚାରୀଙ୍କୁ ଦରମା ଉକ୍ତ ଆକାଉଣ୍ଟରୁ ପଠାନ୍ତି।

ତେବେ ସେପ୍ଟେମ୍ବର ୩ରୁ ୨୦ ମଧ୍ୟରେ ଅଭିଯୁକ୍ତ ମୃତ୍ୟୁଞ୍ଜୟ ୧୩ ଜଣ କର୍ମଚାରୀ ଦରମା ଆକାରରେ ପାଇବାକୁ ଥିବା ୮.୪୬ ଲକ୍ଷ ଟଙ୍କା ନିଜର କିଛି ବନ୍ଧୁ ଓ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ। ଟଙ୍କା ପଠାଇ ସାରିବା ପରେ ସେ କାହାକୁ କିଛି ନ କହି କମ୍ପାନୀ ଛାଡ଼ି ଫେରାର ହୋଇ ଯାଇଛନ୍ତି।

ପ୍ରଥମେ ଏକଥା କେହି ଜାଣି ନଥିଲେ। କିନ୍ତୁ ୧୩ ଜଣ କର୍ମଚାରୀ ଦରମା ନ ପାଇବାରୁ ଏନେଇ ଅଭିଯୋଗ କରିଥିଲେ। ଯାଞ୍ଚ ବେଳେ ମୃତ୍ୟୁଞ୍ଜୟଙ୍କ କଳାକାରନାମା ସାମ୍ନାକୁ ଆସିଛି।

Odisha Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe