Advertisment

ଖେଳନା ବନ୍ଧୁକ ଦେଖାଇଲେ ଲୁଟେରା, ମାଡ଼ି ବସିଲେ ବ୍ୟାଙ୍କ କର୍ମଚାରୀ

ଅଚାନକ ଏପରି ସ୍ଥିତିରେ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକ ଭୟଭୀତ ନ ହୋଇ  ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି।

Arrest

Arrest

Advertisment

ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍ କରିବାକୁ ଉଦ୍ୟମ କରିବା ମହଙ୍ଗା ପଡ଼ିଲା । ଅବସ୍ଥା ହେଲା ସାଂଘାତିକ । ଅଚାନକ ଏପରି ସ୍ଥିତିରେ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକ ଭୟଭୀତ ନ ହୋଇ  ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି। ଫଳରେ ଖସିବା ପରିବର୍ତ୍ତେ ଜେଲ୍‌ ହାଜତକୁ ଯାଇଛନ୍ତି ଅଭିଯୁକ୍ତ।

Advertisment

ଏପରି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ଗାନ୍ଧୀପଡାସ୍ଥିତ ଇସାଫ ବ୍ୟାଙ୍କ କାର୍ଯ୍ୟାଳୟରେ ଘଟିଛି। ଗିରଫ ଅଭିଯୁକ୍ତଜଣକ ହେଲେ ମନମୋହନ ପ୍ରଧାନ ।

ଗତକାଲି ସକାଳ ସମୟରେ ବ୍ୟାଙ୍କରେ କର୍ମଚାରୀ ଓ ଗ୍ରାହକଙ୍କ ଭିଡ଼ ଥିଲା। ଏହି ସମୟରେ ମନମୋହନ ବ୍ୟାଙ୍କ ଭିତରକୁ ପଶି ଏକ ଭୁଜାଲି ଓ ଖେଳଣା ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଏଥିରେ କର୍ମଚାରୀ ଓ ଉପସ୍ଥିତ ଥିବା ଗ୍ରାହକ ଭୟଭୀତ ନ ହୋଇ ତାଙ୍କୁ ମାଡ଼ ବସି ଖେଳଣା ବନ୍ଧୁକ ଓ ଭୁଜାଲି ଛଡ଼ାଇ ନେଇଥିଲେ।

Advertisment

ଏହାପରେ ତୁରନ୍ତ ପୁଲିସ୍‌କୁ ଖବର ଦିଆଯାଇଥିଲା। ପୁଲିସ୍‌ ସଙ୍ଗେ ସଙ୍ଗ ପହଞ୍ଚି ମନମୋହନଙ୍କୁ ଗିରଫ କରି ଥାନାକୁ ନେଇଛି। ଏଥିସହ ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଆରମ୍ଭ ହୋଇଥିବା ପୁଲିସ୍‌ ଅଧିକାରୀ କହିଛନ୍ତି।

ଲୁଟ୍‌ ଉଦ୍ୟମ ପୂର୍ବରୁ ଡକାୟତ ଜଣକ ବାଇକରେ ଆସି ରେକି କରିଥିବା ପ୍ରାଥମିକ ସୂଚନା ମିଳିଛି। ତେବେ ଏଥିରେ ଆଉ କିଏ ତାଙ୍କ ସହଯୋଗୀ ଅଛନ୍ତି ତାଙ୍କୁ ଗିରଫ କରିବାକୁ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

Arrest Bank Loot Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe