Advertisment

ଉଚ୍ଚ ସ୍ତରୀୟ ସୁରକ୍ଷା ବଳୟ ଭେଦ କରି ନୀତୀଶ କୁମାରଙ୍କୁ ଭେଟିବାକୁ ଯୁବକଙ୍କ ପ୍ରୟାସ, କାବୁ କଲେ ସୁରକ୍ଷା କର୍ମଚାରୀ

ସୁରକ୍ଷା କର୍ମଚାରୀ କାବୁ କରିଥିବା ଯୁବକଙ୍କ ନାଁ ମଧ୍ୟ ନୀତୀଶ କୁମାର। ଚାକିରିଟିଏ ଦେବାକୁ ଅନୁରୋଧ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲେ।

author-image
Jitendra Garnayak
Security

Security

ବିହାରର ରାଜଧାନୀ ପାଟନାରେ ଆଜି ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ବେଳେ ଦେଖିବାକୁ ମିଳିଥିଲା ଏକ ଅପ୍ରୀତିକର ଘଟଣା। ଜଣେ ଯୁବକ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ଭେଦି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟରେ ପହଞ୍ଚିବାକୁ କରିଥିଲେ ଉଦ୍ୟମ। ତେବେ ଉପସ୍ଥିତ ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରି ନେଇଥିଲେ।

Advertisment

ଏହି ଯୁବକଙ୍କ ନାଁ ମଧ୍ୟ ନୀତୀଶ କୁମାର (୨୬)। ତାଙ୍କ ବାପା ରାଜେଶ ପାଶ୍ୱାନ ବିହାର ମିଲିଟାରୀ ପୁଲିସ (BPM)ରେ ଥିଲେ। କିଛି ବର୍ଷ ତଳେ ଡ୍ୟୁଟିରେ ଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଆଧାରରେ ତାଙ୍କୁ ସରକାରୀ ଚାକିରିଟିଏ ଦେବା ପାଇଁ ଦାବି କରି ନୀତୀଶ କୁମାର ଏକ ପୋଷ୍ଟର ଧରି ସୁରକ୍ଷା ବଳୟ ଭେଦି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାକୁ ପ୍ରୟାସ କରିଥିଲେ। ଉକ୍ତ ପୋଷ୍ଟରରେ ସେ ତାଙ୍କ ଦାବିଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରିଥିଲେ।

ପ୍ରଶାସନ ପକ୍ଷରୁ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Bihar CM Nitish Kumar