Advertisment

ଅନଲାଇନ୍‌ରେ ମହିଳାଙ୍କୁ ବାହା ହେବାର ପ୍ରତିଶ୍ରୁତି ଦେଇ ଲୁଟ କରୁଥିବା ଠକ୍‌କୁ ଧରିଲା ପୁଲିସ୍‌

ରଙ୍ଗାରେଡ୍ଡୀ ଜିଲ୍ଲା କାଣ୍ଡୁକୁରର ଟି ମୋହନ ରେଡ୍ଡୀ ନାଁରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ୭ଟି ମାମଲା ରହିଥିଲା। ମୋହନ ବିଭିନ୍ନ ବିବାହ ପଞ୍ଜୀକରଣ ସାଇଟ୍‌ରେ ନିଜର ନକଲି ପରିଚୟ ଦେଇ ପ୍ରୋଫାଇଲ ଖୋଲୁଥିଲା।

Website

Website

Advertisment

ପୁଲିସ୍‌ ହାତରେ ଧରାପଡ଼ିଛି ରୋମିଓ ରାଜା। ଏକାଧିକ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଏହି ରୋମିଓ ଜଣଙ୍କ ନିଜ ଜାଲରେ ଫସାଉଥିଲା। ଏହାପରେ ସେମାନଙ୍କ ଠାରୁ ଟଙ୍କା ଓ ମୂଲ୍ୟବାନ ଜିନିଷ ସବୁ ନେଇ ଫେରାର ହେଇଯାଉଥିଲା। ବିବାହ ପଞ୍ଜୀକରଣ ସାଇଟ୍‌ରେ ନକଲି ଆଇଡି ଖୋଲି ଦୀର୍ଘଦିନ ହେଲା ମହିଳାମାନଙ୍କୁ ଠକି ଚାଲିଥିବା ବ୍ୟକ୍ତି ଜଣଙ୍କୁ ଶେଷରେ ହାଇଦ୍ରାବାଦ ପୁଲିସ ଗିରଫ କରିବାକୁ ସକ୍ଷମ ହୋଇଛି। 

Advertisment

ପୁଲିସ୍‌ କହିଛି ଯେ ରଙ୍ଗାରେଡ୍ଡୀ ଜିଲ୍ଲା କାଣ୍ଡୁକୁରର ଟି ମୋହନ ରେଡ୍ଡୀ ନାଁରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ୭ଟି ମାମଲା ରହିଥିଲା। ମୋହନ ବିଭିନ୍ନ ବିବାହ ପଞ୍ଜୀକରଣ ସାଇଟ୍‌ରେ ନିଜର ନକଲି ପରିଚୟ ଦେଇ ପ୍ରୋଫାଇଲ ଖୋଲୁଥିଲା।

ଏହି ସାଇଡଗୁଡ଼ିକ ଦ୍ୱାରା ସେ ମହିଳାମାନଙ୍କୁ ଯୋଗାଯୋଗ କରୁଥିଲା। ବିଶେଷ କରି ଛାଡ଼ପତ୍ର ଦେଇ ସାରିଥିବା ମହିଳା ଓ ବିଧବାଙ୍କୁ ସେ ଟାର୍ଗେଟ କରୁଥିଲା। ସେ ପ୍ରଥମେ ମହିଳାମାନଙ୍କ ସହ କଥାବାର୍ତ୍ତା କରି ଫୋନ ନମ୍ବର ଆଣୁଥିଲା। କିଛି ଦିନ ଫୋନରେ କଥା ହେବା ପରେ ବ୍ୟକ୍ତିଗତ ଆଲୋଚନା ପାଇଁ ହୋଟେଲକୁ ଡାକୁଥିଲା।

Advertisment

କିଛି ମହିଳା ତାଙ୍କ ସହ କଥା ହେବାକୁ ମଧ୍ୟ ଆସିଥିଲେ। କଥାବାର୍ତ୍ତା ଭିତରେ ମୋହନ ବେଶ ଚତୁତାର ସହ ସେମାନଙ୍କ ବ୍ୟାଗ ଓ ଅନ୍ୟାନ୍ୟ ଜିନିଷ ଧରି ଚମ୍ପଟ ମାରୁଥିଲା। ମହିଳାମାନଙ୍କ ସହ କଥାବାର୍ତ୍ତା ହୋଇ ସେ ବିଶ୍ୱାସ ସୃଷ୍ଟି କରିବା ପରେ ସେମାନଙ୍କୁ ଲୁଟ କରୁଥିଲା ବୋଲି ପୁଲିସ୍‌ କହିଛି। 

ଗୌତମ ରେଡ୍ଡୀ ନାଁରେ ପ୍ରଥମେ ଗୋଟିଏ ମ୍ୟାଟ୍ରିମୋନିଆଲ ୱେବସାଇଟରେ ମୋହନ ତା’ର ଆଇଡି ଖୋଲିଥିଲା। ଏହି ନାଁରେ ସେ ଜଣେ ମହିଳାଙ୍କୁ ଦୁଇ ଥର ହାଇଦ୍ରାବାଦରେ ଦେଖା କରିଥିଲା। ଏହାପରେ ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କ ବିଶ୍ୱାସ ଜିତିଥିଲା। ଏସବୁ ଭିତରେ ସେ ମହିଳାଙ୍କ ଠାରୁ ତାଙ୍କ କ୍ରେଡିଟ କାର୍ଡ ନେଇ ଯାଇଥିଲା।

କାହାକୁ କିଛି ନ କହି କିଛି ଏହି କାର୍ଡ ଜରିଆରେ ସେ କିଛି ଅଳଙ୍କାର ମଧ୍ୟ କିଣିଥିଲା। ସେ ମହିଳାଙ୍କ କ୍ରେଡିଟ କାର୍ଡରା ୬.୨୧ ଲକ୍ଷ ଟଙ୍କାର ଗହଣା କରିବା ପରେ ଫୋନ ବନ୍ଦ କରି ହଠାତ୍‌ କେଉଁଆଡ଼େ ଚାଲି ଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ମୋହନ ଉକ୍ତ ଗହଣାକୁ ବିଜୟୱାଡରେ ବିକ୍ରି କରି ଦେଇଥିଲା। 

ଆଉ ଜଣେ ମହିଳାଙ୍କ ଠାରୁ ମଧ୍ୟ ସେ ୯ ଲକ୍ଷ ଟଙ୍କା ଲୁଟ କରିଥିଲା। ୨୦୧୩ରେ ସେ ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲା। ଛାତ୍ରୀ ଜଣଙ୍କ ଯେଉଁ ସ୍କୁଲରେ ପାଠପଢ଼ୁଥିଲେ, ସେଠାରେ ମୋହନ ଶିକ୍ଷକ ଭାବେ କାମ କରୁଥିଲା। ଏହି ସମୟରେ ସେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା ବୋଲି ପୁଲିସ୍‌ କହିଛି।

Hyderabad Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe