Advertisment

AI ଜରିଆରେ ଭଏସ ବଦଳାଇ ୭ ଛାତ୍ରୀଙ୍କୁ ଦୁଷ୍କର୍ମ

ଅବିକଳ କଲେଜ ଅଧ୍ୟାପିକାଙ୍କ ଭଳି କଥା ହେଉଥିଲେ, ବୃତ୍ତି କରାଇଦେବେ କହି ଡାକୁଥିଲେ।

Arrested Accused

Arrested Accused

Advertisment

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(କୃତ୍ରିମ ବୁଦ୍ଧିମତା) ବା AIର ଆଉ ଏକ ନକରାତ୍ମକ ଦିଗ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି AI ମାଧ୍ୟମରେ ଜଣେ ଅଧ୍ୟାପିକାଙ୍କ କଣ୍ଠସ୍ୱରର ନକଲ କରି ସାତ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିବା ସହ ପୂରା ଘଟଣାର ପର୍ଦ୍ଦାଫାସ କରିଛି।

Advertisment

ପୁଲିସ କହିବା ଅନୁସାରେ, ପୂର୍ବରୁ ଏକ ମିଲରେ କାମ କରୁଥିବା ବ୍ରଜେଶ କୁଶୱା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରି ଜଣେ କଲେଜ ଅଧ୍ୟାପିକାଙ୍କ କଣ୍ଠସ୍ୱର ଭଳି ଅବିକଳ ଢଙ୍ଗରେ କଲେଜ ଛାତ୍ରୀମାନଙ୍କ ସହ କଥା ହେଉଥିଲା। ସେମାନଙ୍କୁ କିପରି ବୃତ୍ତି ପାଇବାରେ ସାହାଯ୍ୟ କରିବେ ସେ ବାବଦରେ କଥା ହୋଇ ଏକ ସ୍ଥାନକୁ ଆସିବାକୁ କହୁଥିଲା।

କୁଶୱା ଛାତ୍ରୀମାନଙ୍କୁ କହେ ଯେ, ଜଣେ ବ୍ୟକ୍ତି ତାଙ୍କୁ ଯାଇ ଉକ୍ତ ସ୍ଥାନରୁ ନେଇଆସିବ, ତା ପରେ ସେ ତାଙ୍କୁ ବୃତ୍ତି ପାଇବା ବାବଦରେ ଜଣାଇଦେବେ। ଏପରି କଥା ହେଉଥିବାର ଭଏସ ଛାତ୍ରୀମାନଙ୍କ କଲେଜ ଅଧ୍ୟାପିକାଙ୍କର ବ୍ୟବହାର କରାଯାଉଥିଲା, ଯାହାକୁ ଏଆଇ ମାଧ୍ୟମରେ ବିକୃତ କରାଯାଇଥିଲା 

Advertisment

ଛାତ୍ରୀମାନେ ମଧ୍ୟ ଅଧ୍ୟାପିକାଙ୍କ ଭଏସ୍ ଶୁଣି ତାଙ୍କ କଥାରେ ସେହି ସ୍ଥାନକୁ ଯାଆନ୍ତି ଏବଂ ଜଙ୍ଗଲରେ ଦୁଷ୍କର୍ମରେ ଶିକାର ହୁଅନ୍ତି। ଏପରି ଜଣେ କି ଦୁଇ ଜଣ ନୁହେଁ ସାତ ଜଣ ଆଦିବାସୀ ଛାତ୍ରୀମାନଙ୍କ ସହ ଘଟିଥିବା ମଧ୍ୟପ୍ରଦେଶ ପୁଲିସ କହିଛି। 

ଏକାଧିକ ଅଭିଯୋଗ ପରେ ମଧ୍ୟ କୁଶୱାକୁ ଧରିବା ପୁଲିସ ପକ୍ଷେ ସହଜ ହେଉନଥିଲା। କାରଣ ସେଠାରୁ ଉଦ୍ଧାର ହୋଇ ଆସିଥିବା କିଛି ଛାତ୍ରୀଙ୍କ କହିବା ଅନୁସାରେ, ଅଭିଯୁକ୍ତ କୁଶୱା ହେଲମେଟ ପିନ୍ଧି ଆସେ, ଯାହା ଫଳରେ ତାକୁ ଚିହ୍ନିବା କଷ୍ଟକର ହୋଇପଡେ। କିନ୍ତୁ ସେ ସର୍ବଦା ଗ୍ଲୋବ୍ସ ପିନ୍ଧିଥାଏ ବୋଲି କହିଥିଲେ, ଯାହା ପୁଲିସକୁ ସୁରାଗ ଯୋଗାଇଥିଲା।

କୁଶୱା ମିଲରେ କାମ କରିବା ସମୟରେ ତା ହାତ ପୋଡିଯାଇଥିବାରୁ ଗ୍ଲୋବ୍ସ ପିନ୍ଧେ ଏକଥା ଜାଣିପାରିଥିଲା ପୁଲିସ। ଏହାପରେ ପୁଲିସ ତଦନ୍ତ କରି କୁଶୱାକୁ ଗିରଫ କରିବା ସହ ତା'ର ୩ ଜଣ ସହଯୋଗୀଙ୍କୁ ମଧ୍ୟ ବାନ୍ଧିଛି। ଏଥିସହ ମଧ୍ୟପ୍ରଦେଶ ସିଦ୍ଧି ପ୍ରଶାସନ କୁଶୱା ଘରେ ବୁଲଡୋଜର ଚଲାଇ ଭାଙ୍ଗି ଦେଇଛି।

କିଛି ଅସାମାଜିକ ବ୍ୟକ୍ତି ଟେକ୍ନୋଲୋଜିର ଏପରି ଦୁର୍ବ୍ୟବହାର କରୁଥିବାରୁ ସାଧାରଣ ଲୋକଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି। କାହା ପ୍ରରୋଚନାରେ କୌଣସି ସ୍ଥାନକୁ ଯିବା ପୂର୍ବରୁ ପରିବାର ବର୍ଗଙ୍କୁ ଜଣାଇବା କିମ୍ବା ସେମାନଙ୍କ ସହ ଯିବା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଏହି ଘଟଣାରୁ ସ୍ପଷ୍ଟ।  

Crime AI Morphed Voice Voice-changing App Man Rapes Tribal Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe