Advertisment

ବିଷାକ୍ତ ମଦ ପିଇ ଗଲାଣି ୫୫ ଜଣଙ୍କ ଜୀବନ, ମୁଖ୍ୟ ଯୋଗାଣକାରୀ ଗିରଫ

ଆଜି ପୁଲିସ ଜଣେ ମୁଖ୍ୟ ଯୋଗାଣକାରୀକୁ ଗିରଫ କରିଛି।

author-image
Debibandita Barick
Police & Victims (File Photo)

Police & Victims (File Photo)

ତାମିଲନାଡୁ ମଦ ମୃତ୍ୟୁ ମାମଲାରେ ସନ୍ଦିଗ୍ଧ ମୁଖ୍ୟ ଯୋଗାଣକାରୀ ଗିରଫ। ଆଜି ପୁଲିସ ଜଣେ ମୁଖ୍ୟ ଯୋଗାଣକାରୀକୁ ଗିରଫ କରିଛି। ପୁଲିସ କହିଛି ଯେ, ଗିରଫ ଚିନ୍ନାଦୁରାଇ କରୁଣାପୁରମ ଗାଁକୁ ବିଷାକ୍ତ ମଦ ଯୋଗାଣର ମୁଖ୍ୟ ସନ୍ଦିଗ୍ଧ।

Advertisment

ପ୍ରକାଶ ଥାଉକି, ରାଜ୍ୟର କାଲ୍ଲାକୁରିଚି ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ମାମଲା ହାହାକାର ସୃଷ୍ଟି କରିଛି। ବର୍ତ୍ତମାନ ସୁଦ୍ଧା ବିଷାକ୍ତ ମଦ ପିଇ ୫୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଗତକାଲି ସରକାରୀ ସ୍ତରରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ବିଷାକ୍ତ ମଦ ପିଇ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ତିନି ଜଣ ସୁସ୍ଥ ହୋଇଯାଇଛନ୍ତି। କିନ୍ତୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ଅନ୍ୟପଟେ ଘଟଣାକୁ ଗୁରୁତର ସହ ନେଇ ରାଜ୍ୟ ସରକାର ମଧ୍ୟ ଅନେକ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିବା ସହ ଜିଲ୍ଲାପାଳଙ୍କ ବଦଳି କରାଇଛନ୍ତି।ଏଥିସହ ଅବସରପ୍ରାପ୍ତ ଜଷ୍ଟିସ ବି ଗୋକୁଲଦାସଙ୍କୁ ନେଇ ଏକକ କମିଶନ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତିନି ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ ବେଆଇନ ମଦ କାରବାରକୁ ବନ୍ଦ କରିବେ ବୋଲି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି। କିନ୍ତୁ ଏହି ମଦ ମୃତ୍ୟୁକୁ ନେଇ ବିରୋଧୀ ତାଙ୍କ ଇସ୍ତଫା ଦାବି କରିଛନ୍ତି। ଏମ.କେ ଷ୍ଟାଲିନ ଅଯୋଗ୍ୟ ବୋଲି AIADMK ମୁଖ୍ୟ ଇ ପଲାନିସ୍ୱାମୀ କହିଛନ୍ତି।

ସେପଟେ ତାମିଲନାଡୁର ଅତି କମରେ ଏକ ହଜାର ମଦ ଦୋକାନ ବନ୍ଦ କରିବାକୁ ରାଜ୍ୟ ବିଜେପି ମୁଖ୍ୟ କେ ଅନନାମାଲାଇ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

Toxic Liquor Illicit Liquor Toxic Liquor Death