Advertisment

ସଲମାନ ଖାନଙ୍କୁ ଧମକ ଦେଇଥିବା ଅଭିଯୁକ୍ତ ଗିରଫ

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ବୁଝାମଣା କରିବା ପାଇଁ ୫ କୋଟି ଟଙ୍କା ମାଗିଥିଲା।

Salman Khan

Salman Khan

Advertisment

ଲରେନ୍ସ ବିଷ୍ଣୋଇ ନାଁରେ ସଲମାନ ଖାନଙ୍କୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ। ମୁମ୍ବାଇ ପୁଲିସ ଝାରଖଣ୍ଡର ଜାମଶେଦପୁରର ଅଭିଯୁକ୍ତଙ୍କୁ ଗିରଫ କରିଛି। 

Advertisment

ମୁମ୍ବାଇ ପୁଲିସର ସୂଚନାନୁସାରେ, ଗତ ସପ୍ତାହରେ ସଲମାନଙ୍କୁ ଧମକପୂର୍ଣ୍ଣ ମେସେଜ ଆସିଥିଲା। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ବୁଝାମଣା କରିବା ପାଇଁ ୫ କୋଟି ଟଙ୍କା ମଗିଥିଲା ଅଭିଯୁକ୍ତ। ନଚେତ୍ ପରିଣାମ ଭୟଙ୍କର ହେବ ବୋଲି ଧମକ ମିଳିଥିଲା।

ମୁମ୍ପାଇ ଟ୍ରାଫିକ୍ ପୁଲିସ ଏହି ଧମକପୂର୍ଣ୍ଣ ମେସେଜ୍ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା। ଜାମଶେଦପୁରର ସ୍ଥାନୀୟ ପୁଲିସ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା ମୁମ୍ବାଇ ଟ୍ରାଫିକ୍ ପୁଲିସ। ଏବେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜାମଶେଦପୁରରୁ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଏହାପରେ ତାଙ୍କୁ ମୁମ୍ବାଇ ଅଣାଯିବ।

Advertisment

ପ୍ରକାଶ ଥାଉକି, ଅକ୍ଟୋବର ୨୧ରେ ଅଭିଯୁକ୍ତ ଏନେଇ କ୍ଷମା ମାଗିଥିଲା। ମୁମ୍ବାଇ ଟ୍ରାଫିକ ପୁଲିସର କଣ୍ଟ୍ରୋଲ ରୁମ୍ ହ୍ୱାଟସଆପ ନମ୍ବରକୁ ମେସେଜ କରି କ୍ଷମା ମାଗିଥିଲା। ସେ ଏହି ମେସେଜ୍ ଭୁଲରେ ପଠାଇଥିବା ସଫେଇ ଦେଇଥିଲେ।

ଏହାପରେ ଝାରଖଣ୍ଡରୁ ଏହି ମେସେଜ୍ ପଠା ଯାଇଥିବା ଜାଣିଥିଲା ପୁଲିସ। ପରେ ଜାମଶେଦପୁର ପୁଲିସ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା ମୁମ୍ବାଇ ଟ୍ରାଫିକ୍ ପୁଲିସ। 

Lawrence Bishnoi Mumbai Police Salman Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe