Advertisment

ପୁଣି ଅଶାନ୍ତ ହେଲା ମଣିପୁର, ପୁଲିସ୍‌ ଷ୍ଟେଶନ ଉପରେ ହାମଲା, କର୍ଫ୍ୟୁ ଲାଗୁ

କିଛି ଦିନର ବ୍ୟବଧାନ ପରେ ମଣିପୁରରେ ପୁଣି ରକ୍ତପାତ ହୋଇ ରାଜ୍ୟର ଜଣେ ପୁଲିସ୍‌ ଅଧିକାରୀଙ୍କୁ ୨ ଦିନ ପୂର୍ବେ ହତ୍ୟା କରାଯାଇଛି। ଏହାପରେ ପୁଣି ଥରେ ସହର ଅଶାନ୍ତ ହୋଇ ଉଠିଛି।

author-image
Niharika Rout
Manipur

Manipur

ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷକୁ ନେଇ ଅଶାନ୍ତ ମଣିପୁରରେ ପୂର୍ବାବସ୍ଥା ଫେରି ପାରୁନି। କିଛି ଦିନର ବ୍ୟବଧାନ ପରେ ମଣିପୁରରେ ପୁଣି ରକ୍ତପାତ ହୋଇ ରାଜ୍ୟର ଜଣେ ପୁଲିସ୍‌ ଅଧିକାରୀଙ୍କୁ ୨ ଦିନ ପୂର୍ବେ ହତ୍ୟା କରାଯାଇଛି। ଏହାପରେ ପୁଣି ଥରେ ସହର ଅଶାନ୍ତ ହୋଇ ଉଠିଛି। ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ଷ୍ଟେଶନରେ ଉପରେ ଆକ୍ରମଣ କରିବାକୁ ପଛାଇ ନ ଥିବା ବେଳେ ଇମ୍ଫାଲରେ ପୁଣି ଥରେ କର୍ଫ୍ୟୁ ଲାଗୁ କରାଯାଇଛି।

Advertisment

ମିଆଁମାର ସୀମାନ୍ତକୁ ଲାଗିଥିବା ମୋରେହ ଠାରେ ନିର୍ମାଣଧୀନ ହେଲିପ୍ୟାଡ କାମ ଦେଖିବାକୁ ଯାଇଥିବା ଏସଡିପିଓ ଚିଙ୍ଗଥାମ ଆନନ୍ଦଙ୍କୁ ଗୁଳି କରି ହତ୍ୟା କରିବା ପରେ ପୁଣି ଥରେ ଜଳିଛି ବିଦ୍ରୋହର ନିଆଁ।

ଏସଡିପିଓ ଚିଙ୍ଗଥାମ ଆନନ୍ଦଙ୍କ ହତ୍ୟା ପରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ବହୁ ସଂଖ୍ୟାର ଲୋକ ରାସ୍ତାକୁ ଓହ୍ଲାଇଥିଲେ। ସେମାନେ ଇମ୍ଫାଲରେ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ନିକଟରେ ଥିବା ପୁଲିସ୍‌ ଷ୍ଟେଶନ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏପରିକି ପୁଲିସ୍‌ ଜବତ କରିଥିବା ହତିଆର ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ।

Advertisment

ଏପରିକି ସେମାନେ ହତିଆର ଓ ଗୋଳାବାରୁଦ ଛଡ଼ାଇବା ନିମନ୍ତେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ଥିବା ମଣିପୁର ରାଇଫଲ୍ସ କାର୍ଯ୍ୟାଳୟ ଉପରେ ହାମଲା କରିବାକୁ ଉଦ୍ୟମ କରିଥିଲେ। ଏହାଦେଖି ପୁଲିସ୍‌ ପକ୍ଷରୁ ପାଲଟା ଜବାବରେ ଫାଙ୍କା ଗୁଳି ଚାଳନା କରାଯାଇଥିଲା। ଏଥିରେ କିଛି ଲୋକ ଗୁରୁତର ହୋଇଥିବା ପୁଲିସ୍‌ କହିଛି।

ଧୀରେ ଧୀରେ ସ୍ଥିତି ବିଗୁଡ଼ୁଥିବାରୁ ଇମ୍ଫାଲରେ ପୁଣି ଥରେ କର୍ଫ୍ୟୁ ଲାଗୁ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ପଶ୍ଚିମ ଇମ୍ଫାଲ ଓ ଇମ୍ଫାଲ ପୂର୍ବରେ କର୍ଫ୍ୟୁରେ ଦିଆଯାଇଥିବା କୋହଳକୁ ରଦ୍ଦ କରି ଦିଆଯାଇଛି। ବୁଧବାରଠୁ ଏହି ଦୁଇ ଜିଲ୍ଲାରେ ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲାଗୁ କରାଯାଉଥିବାର କର୍ଫ୍ୟୁକୁ କୋହଳ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ତାହାକୁ ଏବେ ରଦ୍ଦ କରି ଦିଆଯାଇଛି।

ମାତ୍ର କର୍ଫ୍ୟୁ ବେଳେ ସ୍ୱାସ୍ଥ୍ୟସେବା, ବିଜୁଳି, ପେଟ୍ରୋଲ ପମ୍ପ, ସ୍କୁଲ, କଲେଜ, ନଗର ପାଳିକା, ମିଡ଼ିଆ ହାଉସ ସହ ଜଡ଼ିତ ଲୋକଙ୍କ ଯାତାୟତ ଉପରେ କୌଣସି କଟକଣା ଲାଗୁ କରାଯିବନି। ଏପରିକି କୋର୍ଟ କାମରେ ଯିବା ସମେତ ଏୟାରପୋର୍ଟ ଯାଉଥିବା ଲୋକ ତଥା ଠିକାଦାର ଓ କର୍ମଚାରୀଙ୍କ ଉପରେ ମଧ୍ୟ କୌଣିସି କଟକଣା ଲାଗୁ କରାଯିବନି ବୋଲି ସ୍ପଷ୍ଟ କରାଯାଇଛି।

ଏପରି ଅଶାନ୍ତ ସମୟରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ତେଗନୌପାଲ ଜିଲ୍ଲାର ମୋରେହ ସହରରେ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି। ମାତ୍ର ଏହାକୁ ବିରୋଧ କରି ଗତକାଲି ରାତିରୁ ୪୮ ଘଣ୍ଟା ପାଇଁ ବନ୍ଦ ଆହ୍ୱାନ ଦେଇଛି।

ମଣିପୁରରେ ଗତ ମେ’ ୩ ତାରିଖରୁ ସୃଷ୍ଟି ହୋଇଥିବା ନିଆଁ ଥମିବା ନାଁ ଧରୁନି। ଏଯାବତ ୧୮୦ ଜଣଙ୍କ ଜୀବନ ଯାଇ ସାରିଲାଣି।

Manipur Manipur Violence