Advertisment

ହେଲିପ୍ୟାଡ୍‌ କାମ ଦେଖୁଥିଲେ ମଣିପୁର ପୁଲିସ୍‌ ଅଧିକାରୀ, ହଠାତ୍‌ ହେଲା ଗୁଳିମାଡ଼

ଗୁଳିମାଡ଼ରେ ପ୍ରାଣ ହରାଇଥିବା ଅଧିକାରୀ ଜଣଙ୍କ ହେଲେ ଏସ୍‌ଡିପିଓ ଚିଙ୍ଗଥାମ ଆନନ୍ଦ।

SDPO

SDPO

Advertisment

ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷକୁ ନେଇ ଅଶାନ୍ତ ମଣିପୁରରେ ଶାନ୍ତି ଫେରିବାର ନାଁ ଧରୁନି। କିଛି ଦିନର ବ୍ୟବଧାନ ପରେ ମଣିପୁରରେ ପୁଣି ରକ୍ତପାତ ହୋଇଛି। ରାଜ୍ୟର ଜଣେ ପୁଲିସ୍‌ ଅଧିକାରୀଙ୍କୁ ସନ୍ଦିଗ୍ଧ ଉଗ୍ରବାଦୀମାନେ ମୋରେହ ସ୍ଥିତ ନିର୍ମାଣଧୀନ ହେଲିପ୍ୟାଡରେ ଗୁଳି କରି ହତ୍ୟା କରିଛନ୍ତି। ମିଆଁମାର ସୀମାନ୍ତକୁ ଲାଗିଥିବା ମୋରେହ ଠାରେ ହେଲିପ୍ୟାଡ କାମ ଚାଲିଛି। ଏହାକୁ ଦେଖିବାକୁ ଯାଇଥିବା ବେଳେ ଅଧିକାରୀଙ୍କୁ ଗୁଳି କରାଯାଇଛି।

Advertisment

ଗୁଳିମାଡ଼ରେ ପ୍ରାଣ ହରାଇଥିବା ଅଧିକାରୀ ଜଣଙ୍କ ହେଲେ ଏସ୍‌ଡିପିଓ ଚିଙ୍ଗଥାମ ଆନନ୍ଦ। ତାଙ୍କୁ ଘଟଣା ପରେ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆନନ୍ଦଙ୍କ ଶରୀରରେ ଥିବା କ୍ଷତି ଚିହ୍ନରୁ ଜଣାପଡ଼ୁଛି ଯେ ତାଙ୍କ ଉପରକୁ ବଡ଼ ଧରଣର କାଲିବର ମାର୍କସମାନ କିମ୍ବା ସ୍ନିପର ରାଇଫଲରୁ ଗୁଳି ମାଡ଼ କରାଯାଇଛି।

ହେଲିପ୍ୟାଡ କାମ ଚାଲିଥିବା ସ୍ଥାନ ଠାରୁ କିଛି ଦୂରତାରେ ଅନେକ ଆବାସିକ ଅଞ୍ଚଳର ରହିଛି। ସମ୍ଭବତଃ ସେଠାରେ ରହି କେହି ଏସଡିପିଓ ଆନନ୍ଦଙ୍କ ଉପରକୁ ଗୁଳି କରିଥିବା ଆଶଙ୍କା କରାଯାଉଛି। ଘଟଣା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆଗାମୀ ବିପଦକୁ ଟାଳିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

Advertisment

ମୋରେହ ଠାରେ ଚାଲିଥିବା ହେଲିପ୍ୟାଡକୁ ରାଜ୍ୟ ପୁଲିସ ଓ ବିଏସ୍‌ଏଫ ମିଳିତ ଭାବେ ତିଆରି କରୁଛନ୍ତି। ଇମ୍ଫାଲ ଠାରୁ ମୋରେହ ମଧ୍ୟରେ ଥିବା ସଡ଼କ ପଥର ଅନେକ ସ୍ଥାନକୁ ଦୁର୍ବୃତ୍ତମାନେ ବନ୍ଦ କରିଛନ୍ତି। ଏଥିଯୋଗୁ ସୁରକ୍ଷାକର୍ମୀମାନେ ଠିକ ଭାବେ ଯିବା ଆସିବା କରି ପାରୁ ନାହାନ୍ତି। ତେଣୁ ରାଜ୍ୟ ପୁଲିସ ଓ ବିଏସ୍‌ଏଫ ମିଳିତ ଭାବେ ହେଲିପ୍ୟାଡର ନିର୍ମାଣ କରୁଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣା ପରେ ରାଜ୍ୟ ସରକାର ଜରୁରୀ କ୍ୟାବିନେଟ ବୈଠକ ଡାକି ସ୍ଥିତିର ସମୀକ୍ଷା ମଧ୍ୟ କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ କହିଛନ୍ତି, ପୁଲିସ୍‌ ଅଫିସରଙ୍କୁ ଯେଉଁ ଭଳି ନିର୍ମମ ଭାବେ ହତ୍ୟା କରାଯାଇଛି, ତାହା ଅତ୍ୟନ୍ତ ଦୁଃଖଦାୟକ। ତାଙ୍କ ବଳିଦାନ ଓ ସେ ଲୋକଙ୍କ ସୁରକ୍ଷା ପାଇଁ କରିଥିବା ସେବା ସବୁବେଳେ ମନେ ରହିବ। ଦୋଷୀମାନଙ୍କୁ ନିଶ୍ଚିତ ଭାବେ ଦଣ୍ଡ ମିଳିବ ବୋଲି ସେ କହିଛନ୍ତି।

ପୁଲିସ୍‌ ଅଧିକାରୀଙ୍କ ପରିବାର ଲୋକଙ୍କ ପାଇଁ ସରକାର ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେହିପରି ତାଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ମିଳିବ ବୋଲି ସରକାର କହିଛନ୍ତି।

Manipur Manipur Incident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe