Advertisment

ମଣିପୁରରେ ନିଖୋଜ ଦୁଇ ଛାତ୍ରଙ୍କୁ ହତ୍ୟା, ଶୋସାଲ ମିଡିଆରେ ପୋଷ୍ଟ ହୋଇଛି ଫଟୋ

ମଣିପୁରରେ ପୁଣି ଅମାନୁଷିକ କାଣ୍ଡ। ଜୁଲାଇରୁ ନିଖୋଜ ଥିବା ଦୁଇ ଛାତ୍ରଙ୍କୁ ହତ୍ୟା। ଶୋସାଲ ମିଡିଆରେ ପୋଷ୍ଟ ହୋଇଛି ଫଟୋ।

author-image
Debibandita Barick
Posting Photos

Posting Photos

ମଣିପୁରରେ ଥମୁନି ହିଂସା। ନିକଟରେ ଛୁଟିରେ ଆସିଥିବା ଜଣେ ସେନା କର୍ମଚାରୀଙ୍କୁ ଘରୁ ଉଠାଇ ନେଇ ହତ୍ୟା କରାଯାଇ ଥିବାବେଳେ ପୁଣି ଦୁଇ ଛାତ୍ରଙ୍କ ମୃତଦେହ ମିଳିଛି। ଏ ଦୁଇ ଛାତ୍ର ମଧ୍ୟ ନିଖୋଜ ଥିଲେ। ସେମାନଙ୍କୁ ଜୁଲାଇ 6ରେ ଅପହରଣ କରାଯାଇଥିଲା।

Advertisment

ବର୍ତ୍ତମାନ ଛାତ୍ର ଦୁହିଁଙ୍କ ହତ୍ୟା ପୂର୍ବରୁ ଏବଂ ପରର ଫଟୋ ଶୋସାଲ ମିଡିଆରେ ପୋଷ୍ଟ କରାଯାଇଛି। ଗୋଟିଏ ଚିତ୍ରରେ ଦୁଇ ଛାତ୍ର ଏକ ସ୍ଥାନରେ ବସିଥିବା ବେଳ ସେମାନଙ୍କ ପଛରେ ଦୁଇଜଣ ସଶସ୍ତ୍ର ବ୍ୟକ୍ତି ଛିଡା ହୋଇଛନ୍ତି। ଅନ୍ୟ ଏକ ଚିତ୍ରରେ, ଦୁଇ ଛାତ୍ରଙ୍କ ମୃତଦେହ ଦେଖିବାକୁ ମିଳୁଛି।

ଛାତ୍ର ଦ୍ୱୟ ହେଉଛନ୍ତି 17 ବର୍ଷୀୟ ହିଜାମ ଲିନଥୋନମ୍ବି ଏବଂ 20 ବର୍ଷୀୟ ଫିଜାମ ହେମଜିତ ବୋଲି ଜଣାପଡିଛି।

Advertisment

ଶୋସାଲ ମିଡିଆରେ ଏପରି ଫଟୋ ପ୍ରକାଶ ପାଇବା ପରେ ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ। ଲୋକଙ୍କୁ ଭୟଭୀତ ନ ହେବାକୁ କହିବା ସହ ଛାତ୍ରଙ୍କ ହତ୍ୟା ଘଟଣାର ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଧରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ଛାତ୍ର ଦ୍ୱୟଙ୍କୁ ଅପହରଣ ପରେ ହତ୍ୟା କରାଯାଇ ସେମାନଙ୍କ ଫଟୋ ଶୋସାଲ ମିଡିଆରେ ପୋଷ୍ଟ ହେବା ଘଟଣା ରାଜ୍ୟ ସରକାରଙ୍କ ନଜରକୁ ଆସିଛି। ଏପରି ଏକ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର ହୋଇସାରିଛି। କେନ୍ଦ୍ରୀୟ ପୁଲିସ ସହଯୋଗରେ ରାଜ୍ୟ ପୁଲିସ ପୂରା ଘଟଣାର ତଦନ୍ତ କରି ଅନୁସନ୍ଧାନ କରୁଛନ୍ତି। ଅପରାଧୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ମଧ୍ୟ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ ଏକ ବିବୃତ୍ତିରେ କହିଛନ୍ତି। 

Manipur Violence Manipur News Students Killed Manipur