Advertisment

ମଣିପୁର ଭାଇରାଲ ଭିଡିଓ ମାମଲା; ପୀଡ଼ିତା ପହଞ୍ଚିଲେ ସୁପ୍ରିମକୋର୍ଟ

ନିଜ ଅସ୍ତିତ୍ୱ ତଥା ସମ୍ମାନର ରକ୍ଷା ନିମନ୍ତେ ମଣିପୁର ଭାଇରାଲ ଭିଡିଓରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ୨ ପୀଡ଼ିତା ମହିଳା ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Supreme Court

Supreme Court

Advertisment

ନିଜ ଅସ୍ତିତ୍ୱ ତଥା ସମ୍ମାନର ରକ୍ଷା ନିମନ୍ତେ ମଣିପୁର ଭାଇରାଲ ଭିଡିଓରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ୨ ପୀଡ଼ିତା ମହିଳା ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ ନ୍ୟାୟ ପ୍ରଦାନ କରୁ ବୋଲି ସେମାନେ ଗୁହାରୀ କରିଛନ୍ତି। ପୀଡ଼ିତାଦ୍ୱୟ ଏହି ଘଟଣାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରିଛନ୍ତି। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିବ ।

Advertisment

ଗତ ମେ’ ୪ ତାରିଖରେ ଘଟିଥିବା ଏହି ଲଜ୍ଜାଜନକ ଘଟଣାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାର ଭିଡିଓ ଗତ ୧୮ ତାରିଖରେ ଭାଇରାଲ ହେବା ପରେ ପୁଲିସ୍‌ ୭ ଅଭିଯୁକ୍ତଙ୍କୁ ବାନ୍ଧି ସାରିଛି। ଏହି ମାମଲାର ତଦନ୍ତ ଏବେ ସିବିଆଇକୁ ହସ୍ତାନ୍ତର କରାଯାଇଛି। ମଣିପୁର ହିଂସା ଘଟଣା ସମ୍ବନ୍ଧୀୟ ୬ଟି ମାମଲାର ଯାଞ୍ଚ ସିବିଆଇ କରୁଛି।

ମଣିପୁରରେ ଜାତିଗତ ବିବାଦକୁ ନେଇ ମେ' ୩ରେ ବିବାଦ ଦେଖା ଦେଇଥିଲା। ଏହି ବିବାଦ ଦୀର୍ଘ ଦୁଇ ମାସ ଧରି ଚାଲିଥିବା ବେଳେ ଜୁଲାଇ ୨୦ ମୌସୁମୀ ଅଧିବେଶନର ଠିକ୍ ପୂର୍ବ ଦିନ ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଯେଉଁ ଭିଡିଓ ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ଏହି ଭିଡିଓରେ କୁକି-ଜୋମି ସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ସହ ସେମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଦେଖିବାକୁ ମିଳିଥିଲା। ମାତ୍ର ଏହି ହିଂସାକାଣ୍ଡ ମେ' ୪ ତାରିଖରେ ଘଟିଥିଲା। ଏନେଇ ପୂର୍ବରୁ ମଧ୍ୟ ମାମଲା ରୁଜୁ କରାଯାଇଥିଲା। କିନ୍ତୁ ଦୁଇ ମାସ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା, ସଂସଦ ମୌସୁମୀ ଅଧିବେଶନର ଦିନକ ପୂର୍ବରୁ ଭିଡିଓ ଭାଇରାଲ୍ ହେବାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ଅନ୍ୟପଟେ ଏହିପରି ମାମଲା ମଣିପୁରରେ ଗୋଟିଏ ନୁହେଁ, ଏକାଧିକ ମାମଲା ରୁଜୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା। 

Supreme Court Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe