Advertisment

ମଣିପୁର ଲଜ୍ଜା ଘଟଣା; ମୁଖ୍ୟ ଅଭିଯୁକ୍ତ ଘର ପୋଡ଼ି ଦେଲେ ଉତ୍ତ୍ୟକ୍ତ ଲୋକେ

ଉତ୍ତ୍ୟକ୍ତ ଲୋକେ ଏପରି ଲଜ୍ଜାଜନକ ଘଟଣାର ମୁଖ୍ୟ ଅଭିଯୁକ୍ତ ହୁଇରେମ ହେରାଦାଶ ସିଂ ଘରକୁ ନିଆଁ ଲଗାଇ ଗତକାଲି ଜାଳି ଦେଇଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
House Burnt

House Burnt

ମଣିପୁର ରାସ୍ତାରେ ୨ ଜଣ ମହିଳାଙ୍କୁ ଉଲଗ୍ନ କରି ବିଚ୍‌ ବଜାରରେ ଟାଣି ଟାଣି ନେବା ଘଟଣାର ଭିଡିଓ ଭାଇରାଲ ହେବା ପରେ ତାତିଛନ୍ତି ରାଜ୍ୟବାସୀ। ଉତ୍ତ୍ୟକ୍ତ ଲୋକେ ଏପରି ଲଜ୍ଜାଜନକ ଘଟଣାର ମୁଖ୍ୟ ଅଭିଯୁକ୍ତ ହୁଇରେମ ହେରାଦାଶ ସିଂ ଘରକୁ ନିଆଁ ଲଗାଇ ଗତକାଲି ଜାଳି ଦେଇଛନ୍ତି।

Advertisment

ହୁଇରେମ ହେରାଦାଶ ସିଂଙ୍କ ଘର ଜଳୁଥିବାର ଭିଡିଓ ଭାଇରାଲ ହେଉଥିବା ବେଳେ ଘର ନିକଟରେ ବହୁ ପୁରୁଷ, ମହିଳା ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ବିଚ୍‌ ରାସ୍ତାରେ ହୁଇରେମ ହେରାଦାଶ ସିଂଙ୍କ ପଶୁ ପରି ଆଚରଣ ସମଗ୍ର ନାରୀ ଜାତି ପାଇଁ ଅପମାନ ସଦୃଶ ହୋଇଥିବାରୁ ଏହି ଘଟଣାରେ ମଣିପୁରର ମହିଳାମାନେ ତାତି ଯାଇଛନ୍ତି। ସେମାନେ ମୁଖ୍ୟତଃ ହୁଇରେମ ହେରାଦାଶ ସିଂଙ୍କ ଘରେ ନିଆଁ ଲଗାଇ ଦେଇଥିବା ଭିଡିଓରେ ଦେଖିବାକୁ ମିଳୁଛି।

ହିଂସାଗ୍ରସ୍ତ ମଣିପୁର ର ରାଜଧାନୀ ଇମ୍ଫାଲଠାରୁ ୩୫ କିମି ଦୂର କାଙ୍ଗପୋକପି ଜିଲ୍ଲାରେ ଗତ ମେ’ ୪ ତାରିଖରେ ଘଟିଥିବା ଲଜ୍ଜାଜନକ ଘଟଣା ସମଗ୍ର ଦେଶବାସୀଙ୍କ ମୁଣ୍ଡକୁ ନୁଆଁଇ ଦେଇଛି। ମଣିପୁର ରାଜରାସ୍ତାରେ ଶତାଧିକ ଲୋକ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ସହ ଅସଦାଚରଣ କରୁଥିବା ଭିଡିଓ ଭାଇରାଲ ହେବା  ପରେ ସମଗ୍ର ଦେଶରୁ ଶୁଭୁଛି ପ୍ରତିବାଦର ସ୍ୱର। 

Advertisment

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହୁଇରେମ ହେରାଦାଶ ସିଂଙ୍କୁ ବୁଧବାର ରାତିରେ ପୁଲିସ୍ ବାନ୍ଧିଥିବା ବେଳେ ଆଉ ୩ ଜଣଙ୍କୁ ଗତକାଲି ବାନ୍ଧିଛି। ସେମାନଙ୍କ ନାଁରେ ଥୌବଲ ଜିଲ୍ଲାର ନୌଙ୍ଗପୋକ ଥାନାରେ ଅପହରଣ, ଗଣବଳାତ୍କାର ଓ ହତ୍ୟା ପରି ମାମଲା ରୁଜୁ ହୋଇଥିବା ଜଣାଯାଇଛି।

ପ୍ରଧାନମନ୍ତ୍ରୀ ଙ୍କ ସମେତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସମସ୍ତେ ଏହି ଘଟଣାକୁ ସମଗ୍ର ମାନବ ଜାତି ପାଇଁ ଘୋର ଲଜ୍ଜାଜନକ ଘଟଣା ବୋଲି ଉଲ୍ଲେଖ କରିଛନ୍ତି । ଏଥିସହ ଏହି ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ଯେପରି ମୃତ୍ୟୁଦଣ୍ଡ ମିଳିବ ସେନେଇ ରାଜ୍ୟ ସରକାର ନିଶ୍ଚିତ ଚେଷ୍ଟା କରିବେ ବୋଲି ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

Manipur Manipur Violence