Advertisment

ମଣିପୁର ଘଟଣାରେ କେନ୍ଦ୍ର ଉପରେ ଗର୍ଜିଲେ ସୁପ୍ରିମକୋର୍ଟ, କହିଲେ- ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର, ନଚେତ ଆମେ...

ଏହି ଘଟଣା ସମଗ୍ର ମାନବ ଜାତି ପାଇଁ ଅପମାନ ବୋଲି କହିବା ସହ ଏହା ସମ୍ବିଧାନର ଘୋର ଉଲ୍ଲଘଂନ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

undefined

Supreme Court

Advertisment

ମଣିପୁରର ୨ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଟଣାଓଟରା କରି ନେବା ଘଟଣାର ଭିଡିଓ ଭାଇରାଲ ହେବାପରେ ଏହାକୁ ନେଇ ସମଗ୍ର ଦେଶ ଉଠୁଛି ପଡ଼ୁଛି। ଏହି ଘଟଣା ସମଗ୍ର ମାନବ ଜାତି ପାଇଁ ଅପମାନ ବୋଲି କହିବା ସହ ଏହା ସମ୍ବିଧାନର ଘୋର ଉଲ୍ଲଘଂନ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏପରିକି କେନ୍ଦ୍ର ସରକାର ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ ।

Advertisment

ମଣିପୁର ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଏହାକୁ ଆଜି ଘୋର ନିନ୍ଦା କରିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ସଭ୍ୟ ମାନବ ସମାଜରେ ଏପରି ଅସାମାଜିକ କାର୍ଯ୍ୟକଳାପ କେବେ ବି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଭାଇରାଲ ହେଉଥିବା ଭିଡିଓ ସମାଜରେ ଘୋର ବିଶୃଙ୍ଖଳା ସୃଷ୍ଟି କରୁଥିବା ବେଳେ ଏହା ସାମ୍ବିଧାନିକ ଅଧିକାରର ବିପର୍ଯ୍ୟୟ ବୋଲି କହିଛନ୍ତି ପ୍ରଧାନ ବିଚାରପତି ।

ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ଏପରି ଲଜ୍ଜାଜନକ ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସୁପ୍ରିମକୋର୍ଟ ନିଜ ଆଡ଼ୁ ଏହି ମାମଲାର ଶୁଣାଣି କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଥିସହ ଆସନ୍ତା ୨୮ ତାରିଖରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି।

Advertisment

ଏଥିସହ ସେ କହିଛନ୍ତି, ସଭ୍ୟ ସମାଜରେ ମହିଳାଙ୍କୁ କେବେ ବି ଦ୍ରବ୍ୟ ହିସାବରେ ବ୍ୟବହାର କରାଯାଇ ପାରିବ ନାହିଁ। ତେଣୁ ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର କ’ଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ସେ ନେଇ ଟିକିନିଖି ଖବର ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିବା ଆବଶ୍ୟକ ।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଆଜି ସକାଳେ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂ। ଏଥିସହ ସମସ୍ତ ଅଭିଯୁକ୍ତଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଫାଶୀ ଖୁଣ୍ଟରେ ଝୁଲାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଚେଷ୍ଟା କରାଯିବ ବୋଲି ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।

ଦୀର୍ଘ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ମଣିପୁର ହିଂସାକାଣ୍ଡକୁ ନେଇ ଆଜି ପ୍ରଥମ ଥର ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଆଜି ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଏହି ଘଟଣାକୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଘଟଣା ଖୁବ୍‌ ଯନ୍ତ୍ରଣା ଦେଉଛି କହିବା ସହ ଦୁଷ୍କର୍ମକାରୀଙ୍କୁ କଦାପି ଛଡାଯିବ ନାହିଁ ବୋଲି କହିଛନ୍ତି। 

ଏଥିସହ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଆମ ସମସ୍ତଙ୍କୁ ରାଜନୀତିଠୁ ଊର୍ଦ୍ଧ୍ୱକୁ ଯାଇ କାମ କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ଦୁଇ ମାସର ନୀରବତା ପରେ ମଣିପୁର ପ୍ରସଙ୍ଗରେ ହଠାତ୍‌ ପ୍ରଧାନମନ୍ତ୍ରୀଙ୍କ ଭାଷଣବାଜୀ ସହଜରେ ବିରୋଧୀଙ୍କ ହଜମ ହେଉନି। 

Viral Video Supreme Court Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe