Advertisment

ଉଗ୍ର ରୂପ ନେଲା ମନୋଜ ମିଶ୍ର-ବବି ଇସଲାମ କଳି; ଡିସିପି ଅଫିସ ଆଗରେ ହାଇଡ୍ରାମା

ଆଜି ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ପ୍ରଥମେ କଥା କଟାକଟି ଓ ପରେ ହାତାହାତି ଯାଏ କଥା ଗଲା। ପରେ ଡିସିପିଙ୍କ ଉପସ୍ଥିତିରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିବା ଜଣାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Tension

Tension

ଉଗ୍ର ରୂପ ନେଲା ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ କଳି ଘଟଣା। ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ଆରମ୍ଭ ହୋଇଥିବା କଥା କଟାକଟି ଆଜି ବିଚ୍‌ ରାସ୍ତାରେ ପହଞ୍ଚିଛି। ଆଜି ଭୁବନେଶ୍ୱର ଡିସିପି ଅଫିସ ନିକଟରେ ଉଭୟ ପହଞ୍ଚିଥିବା ବେଳେ ଦେଖିବାକୁ ମିଳିଲା ହାଇଡ୍ରାମା।  ପରେ ଡିସିପିଙ୍କ ଉପସ୍ଥିତିରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିବା ଜଣାଯାଇଛି।

Advertisment

ଅଭିନେତା ମନୋଜ ମିଶ୍ର ଓ ନିର୍ଦ୍ଦେଶକ ବବି ଇସଲାମ କଳି ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଥିବା ବେଳେ ଏନେଇ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ଏହାର ଆପୋଷ ବୁଝାମଣା ପାଇଁ ଆଜି ଉଭୟ ପକ୍ଷଙ୍କୁ ଡିସିପି ଅଫିସକୁ ଡକାଯାଇଥିଲା। ସେଠାରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ।

ବବି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଆକ୍ଷେପ କରିବାରୁ ସେ ତାଙ୍କ ଆଡ଼କୁ ମାଡ଼ି ଯାଇଥିଲେ ବୋଲି କହିଛନ୍ତି ମନୋଜ ମିଶ୍ର। ଏହାକୁ ନେଇ ପ୍ରଥମେ କଥା କଟାକଟି ହୋଇଥିଲା। ସ୍ଥିତି ଏମିତି ବିଗିଡ଼ିଗଲା ଯେ, ଚରମ ସୀମାରେ ପହଞ୍ଚିଥିଲା ବିଶୃଙ୍ଖଳା। ଉଭୟ ମନୋଜ ମିଶ୍ର ଏବଂ ବବି ଇସଲାମଙ୍କ ମଧ୍ୟରେ ବାକ୍ ଯୁଦ୍ଧ ସହ ହାତାହାତି ସ୍ଥିତି ଉପୁଜିଥିଲା। ଶେଷରେ ଉଭୟେ ଡିସିପି ଅଫିସରୁ ବାହାରି ସିପି ଅଫିସରେ ପହଞ୍ଚିଥିଲେ। ସେଠାରେ ଉଭୟ ପକ୍ଷକୁ ନେଇ ପୁଲିସ ପ୍ରଶାସନ ଆପୋଷ ବୁଝାମଣା ପାଇଁ ଉଦ୍ୟମ ହୋଇଥିଲା।

Advertisment

ମୋର ଉତକ୍ଷିପ୍ତ ହେବାର ଠିକ ନ ଥିଲା, ଏହି ଘଟଣା ପାଇଁ ସମସ୍ତଙ୍କୁ କ୍ଷମା ମାଗୁଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଅଭିନେତା ମନୋଜ ମିଶ୍ର। ମାତ୍ର ମୋତେ ବ୍ୟକ୍ତିଗତ ଭାବେ ବବି ସବୁବେଳେ ଆକ୍ଷେପ କରିଛନ୍ତି, ଏହାକୁ ନେଇ ଅଭିଯୋଗ କରିଛି, ପୁଲିସ ତଦନ୍ତ କରିବ ବୋଲି ଦୋହରାଇଛନ୍ତି ମନୋଜ।

ବବି ଇସଲାମ କହିଛନ୍ତି, ମନୋଜ ଜଣେ ଅଭିନେତା। ତେଣୁ ଡିସିପିଙ୍କ ଆଗରେ ଭଲ ଅଭିନୟ କଲେ । ମାତ୍ର ସେ ପରଦା ଉପରେ ଖଳନାୟକ ଚରିତ୍ରରେ ଅଭିନୟ କରୁଥିବା ବେଳେ ବାସ୍ତବ ଜୀବନରେ ବି  ଜଣେ ଭିଲେନ୍ ବୋଲି ଆଜି ପ୍ରମାଣିତ କରିଛନ୍ତି।

ଡିସିପି ପିନାକ ମିଶ୍ର କହିଛନ୍ତି, ଉଭୟଙ୍କ ଅଭିଯୋଗର ଶୁଣାଣି ପାଇଁ ଡିସିପି ଅଫିସକୁ ଡକାଯାଇଥିଲା। ଉଭୟଙ୍କ ବ୍ୟକ୍ତିଗତ ଆକ୍ଷେପ ଥିବାରୁ ପୁଲିସର ହସ୍ତକ୍ଷେପ ନାହିଁ। ସୋଶାଳ ମିଡିଆ ଆକ୍ଷେପରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଲୁ। କିନ୍ତୁ ଧମକ ଦେବା ଘଟଣାରେ ୨ଟି ଥାନାରେ ମାମଲା ରୁଜୁ ହୋଇଛି। ସାକ୍ଷ୍ୟ ପ୍ରମାଣ ଆଧାରରେ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି ବୋଲି ଡିସିପି କହିଛନ୍ତି।

Bhubaneswar Manoj Mishra