/odisha-reporter/media/post_attachments/uploadimage/library/16_9/16_9_0/Mao_poster_1718945432.jpg)
Mao poster
କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅନ୍ତର୍ଗତ ସରପଲ୍ଲୀ ଛକରେ ନକ୍ସଲମାନେ ପୋଷ୍ଟର ଲଗାଇଛନ୍ତି। ପୋଷ୍ଟରରେ ତେଲୁଗୁ ଭାଷାରେ ଲେଖାଯାଇଛି। ଏହି ପୋଷ୍ଟରଟି ସିପିଆଇ ମାଓବାଦୀ ପକ୍ଷରୁ ଲଗାଯାଇଥିବା ସେଥିରେ ଦର୍ଶାଯାଇଛି।
Advertisment
ଆଜି ସକାଳେ ସରପଲ୍ଲୀ ଛକରେ ଲାଗିଥିବା ନକ୍ସଲ ପୋଷ୍ଟର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ତଦନ୍ତ କରୁଛି। ଦୀର୍ଘ ଦିନ ପରେ ନକ୍ସଲମାନେ ବନ୍ଧୁଗାଁ ଅଞ୍ଚଳରେ ପୋଷ୍ଟର ଲଗାଇ ପୁଣି ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି। ଅନ୍ୟପକ୍ଷରେ ନକ୍ସଲ ପୋଷ୍ଟର ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ଗତକାଲି ୩ ଜଣ ନକ୍ସଲ ମାଲକାନଗିରି ଏସ୍ପିଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ।ସେମାନେ ହିଂସାର ପଥ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
