Advertisment

ନକ୍ସଲଙ୍କ ବର୍ବରକାଣ୍ଡ;୩ ଜଣଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ଫୋପାଡ଼ି ଦେଲେ

ମୁର୍ଖେଣ୍ଡି ଗାଁର ୩ ଜଣ ବ୍ୟକ୍ତିଙ୍କୁ ଗତ ଚାରି ଦିନ ପୂର୍ବରୁ ନକ୍ସଲମାନେ ଉଠାଇ ନେଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Naxal

Naxal

ନକ୍ସଲ ଘଟାଇଛନ୍ତି ବର୍ବରକାଣ୍ଡ। ପୁଲିସ ଇନଫର୍ମର୍ ସନ୍ଦେହରେ ୩ଜଣଙ୍କୁ ହତ୍ୟା କରି ଗାଁମୁଣ୍ଡରେ ଫୋପାଡ଼ି ଦେଲେ। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲା ଅନ୍ତର୍ଗତ ଛୋଟେବେଠିଆ ଥାନା ଅଞ୍ଚଳରେ।

Advertisment

ମୁର୍ଖେଣ୍ଡି ଗାଁର ୩ ଜଣ ବ୍ୟକ୍ତିଙ୍କୁ ଗତ ଚାରି ଦିନ ପୂର୍ବରୁ ନକ୍ସଲମାନେ ଉଠାଇ ନେଇଥିଲେ। ଗତକାଲି ସନ୍ଧ୍ୟାରେ ସେମାନଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ଫୋପାଡ଼ି ପଳାଇଥିଲେ। ଗ୍ରାମବାସୀ  ଓ ପରିବାର ଲୋକେ ସେମାନଙ୍କ ମୃତଦେହକୁ ଏକ ଟ୍ରାକ୍ଟର ସାହାଯ୍ୟରେ ଛୋଟେବେଠିଆ ଥାନାକୁ ଆଣିଥିଲେ।

ନକ୍ସଲ ମାନେ ପୁଲିସ ଇନଫର୍ମ ସନ୍ଦେହରେ ୩ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Advertisment
Naxal Attack Naxal Nabarangpur