ନକ୍ସଲ ଘଟାଇଛନ୍ତି ବର୍ବରକାଣ୍ଡ। ପୁଲିସ ଇନଫର୍ମର୍ ସନ୍ଦେହରେ ୩ଜଣଙ୍କୁ ହତ୍ୟା କରି ଗାଁମୁଣ୍ଡରେ ଫୋପାଡ଼ି ଦେଲେ। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲା ଅନ୍ତର୍ଗତ ଛୋଟେବେଠିଆ ଥାନା ଅଞ୍ଚଳରେ।
ମୁର୍ଖେଣ୍ଡି ଗାଁର ୩ ଜଣ ବ୍ୟକ୍ତିଙ୍କୁ ଗତ ଚାରି ଦିନ ପୂର୍ବରୁ ନକ୍ସଲମାନେ ଉଠାଇ ନେଇଥିଲେ। ଗତକାଲି ସନ୍ଧ୍ୟାରେ ସେମାନଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ଫୋପାଡ଼ି ପଳାଇଥିଲେ। ଗ୍ରାମବାସୀ ଓ ପରିବାର ଲୋକେ ସେମାନଙ୍କ ମୃତଦେହକୁ ଏକ ଟ୍ରାକ୍ଟର ସାହାଯ୍ୟରେ ଛୋଟେବେଠିଆ ଥାନାକୁ ଆଣିଥିଲେ।
ନକ୍ସଲ ମାନେ ପୁଲିସ ଇନଫର୍ମ ସନ୍ଦେହରେ ୩ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।