Advertisment

ନକ୍ସଲଙ୍କ ଲଙ୍କାକାଣ୍ଡ; ବିସ୍ଫୋରଣ କରି ଉଡ଼ାଇ ଦେଲେ ବିଟ୍‌ ହାଉସ, ଜାଳି ଦେଲେ ଜେସିବି

ଗତକାଲି ବିଳମ୍ବିତ ରାତିରେ ୧୫ରୁ ୨୦ ଜଣ ନକ୍ସଲ ଆସି ଏପରି କାଣ୍ଡ ଭିଆଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Naxal

Naxal

ନୂଆପଡା ଜିଲ୍ଲାରେ ନକ୍ସଲଙ୍କ ଲଙ୍କାକାଣ୍ଡ। ଗତ ରାତିରେ ନକ୍ସଲମାନେ ନୂଆପଡା ସଦର ଥାନା ଗୋଳାବନ୍ଧ ଗାଁରେ ଥିବା ଫରେଷ୍ଟ ବିଟ୍ ହାଉସକୁ ବୋମା ପକାଇ ଉଡାଇ ଦେଇଛନ୍ତି। ଏହାସହ ବିଟ୍ ହାଉସ୍ ପାଖରେ ଥିବା ଏକ ଜେସିବିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି।

Advertisment

ଗାଁର ବିଭିନ୍ନ ସ୍ଥାନରେ ନକ୍ସଲ ପୋଷ୍ଟର ମରାଯାଇଛି। ଏହି ପୋଷ୍ଟରରେ ନକ୍ସଲମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଲେଖିଛନ୍ତି। ଏହାସହ ଲୋକଙ୍କୁ ନକ୍ସଲ ସଂଗଠନରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି। ନୂଆପଡ଼ା-ମୈନପୁର ଡିଭିଜନ ନକ୍ସଲ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିବା ସୂଚନା ରହିଛି।   

ଗତକାଲି ବିଳମ୍ବିତ ରାତିରେ ୧୫ରୁ ୨୦ ଜଣ ନକ୍ସଲ ଆସି ଏପରି କାଣ୍ଡ ଭିଆଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନାହିଁ। ନକ୍ସଲଙ୍କ ଏପରି ବର୍ବରକାଣ୍ଡ ପରେ ଗ୍ରାମବାସୀ ମାନେ ଭୟବିତ  ହୋଇ ପଡ଼ିଥିବା ଜଣାପଡ଼ିଛି।

Advertisment
Naxal Nuapada