Advertisment

ଦମ୍ପତିଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ ନକ୍ସଲ

ଗତକାଲି ରାତି ପ୍ରାୟ ୯ଟା ସମୟରେ କିଛି ନକ୍ସଲ ଆସି ଦମ୍ପତିଙ୍କୁ ଘରୁ ଉଠାଇ ନେଇଥିଲେ।

ଅଦ୍ୟତନ ହୋଇଛି
Naxal

Naxal

Advertisment

ନକ୍ସଲଙ୍କ ବର୍ବର କାଣ୍ଡ। ପୁଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ଗ୍ରାମ ପଞ୍ଚାୟତର ଗିଡାପଦର ଗ୍ରାମରେ। ମୃତ ଦମ୍ପତି ହେଲେ ଡାହିରା କହଁର ଓ ବତସୀ କହଁର।

Advertisment

ଗତକାଲି ରାତି ପ୍ରାୟ ୯ଟା ସମୟରେ କିଛି ନକ୍ସଲ ଆସି ଦମ୍ପତିଙ୍କୁ ଘରୁ ଉଠାଇ ନେଇଥିଲେ। ଆଜି ସକାଳେ ଦମ୍ପତିଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ନକ୍ସଲମାନେ ସେମାନଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ବାଡ଼େଇ ବାଡ଼େଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ନକ୍ସଲ ଦମ୍ପତିଙ୍କୁ ହତ୍ୟା କରି ଜଙ୍ଗଲ ପକାଇ ଦେବା ପରେ ଅଞ୍ଚଳବସୀ ଭୟଭୀତ ହୋଇପଡ଼ିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Naxal Attack Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe