Naxal
ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କ ହିଂସାକାଣ୍ଡ। ଝାଡ଼ଖଣ୍ଡ ମନୋହରପୁର ଷ୍ଟେସନ ନିକଟ ବିରୁୱାରେ ରେଳ ଧାରଣା ଉଡାଇ ଦେଇଛନ୍ତି ନକ୍ସଲ। ବିଳମ୍ବିତ ରାତିରେ ନକ୍ସଲ ରେଳ ଧାରଣା ଉଡ଼ାଇ ଦେଇଥିବା ଜଣାପଡ଼ିଛି। ଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ୨୦ରୁ ଅଧିକ ଟ୍ରେନ୍ ଅଟକି ରହିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ନକ୍ସଲପୋଷ୍ଟର ଓ ବ୍ୟାନର ମରାଯାଇଛି।
ସିଆରପିଏଫ୍ ଯବାନ, ପୁଲିସ ଓ ବମ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି। ଟ୍ରାକ୍ ମରାମତି ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବ ସୂଚନା ରହିଛି। ୨୦ରୁ ଅଧିକ ଟ୍ରେନ ଅଟକି ରହିଥିବାରୁ ଯାତ୍ରୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ଭାରତ ବନ୍ଦ ଡାକରା ଦେଇଛି ନକ୍ସଲ ସଂଗଠନ।
ସୂଚନାଯୋଗ୍ୟ, ବୁଧବାର ରାତିରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମାରେ ୩୦ ନମ୍ବର ରାଜପଥର କଣ୍ଟା-ଦୋର୍ଣ୍ଣାପଲ୍ଲରେ ଏକ ଯାତ୍ରୀବାହୀ ବସ୍, ଟ୍ରେଲର ଓ କାରରେ ନିଆଁ ଲଗାଇ ଦେଇଥିଲେ ଲାଲ୍ ବାହିନୀ। ନକ୍ସଲଙ୍କ ପକ୍ଷରୁ ଆଜି ଛତିଶଗଡ଼ ମଧ୍ୟ ବନ୍ଦ ଡାକରା ଦିଆଯାଇଛି। ତା’ ପୂର୍ବରୁ ନକ୍ସଲ ଲଙ୍କାକାଣ୍ଡ ଘଟାଇ ନିଜର ସ୍ଥିତି ଜାହିର କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Naxal_1703212619.jpg)