Advertisment

କାଲିଠୁ ଖୋଲିପାରେ ମାର୍କେଟ୍ ବିଲଡିଂ, ବିଏମସି କମିଶନରଙ୍କୁ ଭେଟିବେ ସ୍ଥାୟୀ ବ୍ୟବସାୟୀ

ସମସ୍ୟାର ସମାଧାନ ସହ ଲିଖିତ ପ୍ରତିଶ୍ରୁତି ମିଳିଲେ ମଙ୍ଗଳବାର ଠାରୁ ମାର୍କେଟ ବିଲ୍ଡିଂ ଖୋଲିବ ବୋଲି କୁହାଯାଇଛି।

ଅଦ୍ୟତନ ହୋଇଛି
Market Builading

Market Builading

Advertisment

୨ ସପ୍ତାହ ଧରି ବନ୍ଦ ରହିବା ପରେ ଆସନ୍ତାକାଲି ଖୋଲିପାରେ ଭୁବନେଶ୍ୱର ୟୁନିଟ-୨ ମାର୍କେଟ୍ ବିଲଡିଂ। ଆଜି ପୁଣି ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କୁ ଭେଟିବେ ସ୍ଥାୟୀ ବ୍ୟବସାୟୀ। ସ୍ଥାୟୀ ବ୍ୟବସାୟୀ ଓ ଉଠା ଦେକାନୀଙ୍କ ସମସ୍ୟାର ସମାଧାନ ହୋଇପାରୁ ନଥିବାରୁ ଦୀର୍ଘ ୧୬ ଦିନ ହେବ ବନ୍ଦ ରହିଛି ରାଜଧାନୀର ଏହି ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳ। ତେବେ ଆଜି ୧୧ଜଣିଆ ପ୍ରତିନିଧି ଦଳ ପୁଣି ଥରେ ବିଏମସି କମିଶନରଙ୍କୁ ଭେଟିବ ବୋଲି ସୂଚନା ମିଳିଛି।

Advertisment

ସମସ୍ୟାର ସମାଧାନ ସହ ଲିଖିତ ପ୍ରତିଶ୍ରୁତି ମିଳିଲେ ମଙ୍ଗଳବାର ଠାରୁ ମାର୍କେଟ ବିଲ୍ଡିଂ ଖୋଲିବ ବୋଲି କୁହାଯାଇଛି। ନଚେତ୍ ପ୍ରତିଶ୍ରୁତି ନପାଇବା ପର୍ଯ୍ୟନ୍ତମାର୍କେଟ ବିଲ୍ଡିଂ ଖୋଲିବ ନାହିଁ ବୋଲି ଏହି ସ୍ଥାୟୀ ବ୍ୟବସାୟୀଙ୍କ ସଂଘ ଚେତାବନୀ ଦେଇଛି।

ଗୋଟିଏ ପଟେ ଉଠା ଦୋକାନୀଙ୍କୁ ମାର୍କେଟ ବିଲଡିଂରୁ ହଟାଇବା ଜିଦରେ ସ୍ଥାୟୀବ୍ୟବସାୟୀମାନେ ଅଡ଼ି ବସିଥିବା ବେଳେ, ଅନ୍ୟପଟେ ଥଇଥାନ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ହଟାଯାଇ ପାରିବ ନାହିଁ ବୋଲି କହିଛନ୍ତି ଉଠା ଦୋକାନୀ। ତେବେ ବିଏମସିଅସ୍ଥାୟୀ ବ୍ୟବସାୟୀଙ୍କୁ ସ୍ଥାନ ଯୋଗାଇଦେବା ପାଇଁ ୪ଟି ଜାଗା ବାଛିଥିବା ସୂଚନା ମିଳିଛି।

Advertisment
Bhubaneswar News Market Building
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe