Advertisment

ବାହା ହେବାକୁ ଜିଦ କରିବାରୁ ଲିଭ ଇନ ପାର୍ଟନରଙ୍କୁ ମାରି ଫିଙ୍ଗି ଦେଲେ

ହତ୍ୟାର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ନୈନା ମାହତ। ସେ ସିନେ ଇଣ୍ଡଷ୍ଟ୍ରୀରେ ମେକ ଅପ କଳାକାର ଭାବେ କାମ କରୁଥିଲେ।

Live in

Live in

Advertisment

ପୁଣିଥରେ ଲିଭ ଇନ ସମ୍ପର୍କର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ବାହା ହେବାକୁ ଜିଦ କରିବାକୁ ନିଜର ଲିଭ ଇନ ପାର୍ଟନରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି ଜଣେ ବ୍ୟକ୍ତି। ହତ୍ୟାରେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ମଧ୍ୟ ସହଯୋଗ କରିଥିଲେ।

Advertisment

ଏହାପରେ ଉଭୟ ମୃତଦେହକୁ ଆଟାଚରେ ଭିର୍ତ୍ତି କରି ଗୋଟିଏ ନାଳରେ ମଧ୍ୟ ଫିଙ୍ଗି ଦେଇଥିଲେ। ମହାରାଷ୍ଟ୍ରର ପାଲଘରରେ ହତ୍ୟାକାଣ୍ଡ ଘଟିଥିବା ବେଳେ ୨୮ ବର୍ଷୀୟ ମହିଳାଙ୍କ ମୃତଦେହ ଗୁଜରାଟର ଭାଲସାଦର ଗୋଟିଏ ନାଳରୁ ମିଳିଛି।

ହତ୍ୟାର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ନୈନା ମାହତ। ସେ ସିନେ ଇଣ୍ଡଷ୍ଟ୍ରୀରେ ମେକ ଅପ କଳାକାର ଭାବେ କାମ କରୁଥିଲେ। ତାଙ୍କର ପ୍ରେସ ସମ୍ପର୍କ ଅଭିଯୁକ୍ତ ମନୋହର ଶୁକ୍ଳାଙ୍କ ସହ ରହିଥିଲା। କଷ୍ଟ୍ୟୁମ ଡିଜାଇନର ଭାବେ କାମ କରୁଥିବା ମନୋହର ଓ ନୈନା ୫ ବର୍ଷ ହେଲା ଲିଭ ଇନରେ ରହୁଥିଲେ।

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ନୈନା ଏହି ପ୍ରେମ ସମ୍ପର୍କକୁ ବିବାହାର ରୂପ ଦେବାକୁ ଚାହୁଁଥିଲେ। କିନ୍ତୁ ମନୋହର ପୂର୍ବରୁ ବାହା ହୋଇ ସାରିଥିବାରୁ ଏଥିରେ ରାଜି ହୋଇ ନଥିଲେ।

ତେଣୁ ନୈନା ବାଧ୍ୟ ହୋଇ ମନୋହରଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ପୁଲିସ୍‌ ଏହାର ଯାଞ୍ଚ କରୁଥିବା ବେଳେ ନୈନାଙ୍କୁ ଯୋଗାଯୋଗ କରି ମାମଲା ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ ମନୋହର। କିନ୍ତୁ ନୈନା କିଛି ନ ଶୁଣିବାରୁ ସେ ତାଙ୍କୁ ହତ୍ୟା କରିଥିବା ପୁଲିସ୍‌ ଜାଣିବାକୁ ପାଇଛି।

ପୁଲିସ୍‌ କହିଛି ଯେ ଘଟଣାଟି ଅଗଷ୍ଟ ୯ରେ ଘଟିଥିଲା। ନୈନାଙ୍କୁ ହତ୍ୟା କରିବା ପରେ ମନୋହର ମୃତଦେହକୁ ଅନ୍ୟତ୍ର ଫିଙ୍ଗିବା ପାଇଁ ତାଙ୍କ ପତ୍ନୀଙ୍କ ସହାୟତା ନେଇଥିଲେ। ଏହାପରେ ଉଭୟ ଗୋଟିଏ ସୁଟକେସ୍‌ରେ ନୈନାଙ୍କ ମୃତଦେହ ପୂରାଇ ଏହାକୁ ଭାଲସାଦ ସ୍ଥିତ ଗୋଟିଏ ନାଳରେ ଭସାଇ ଦେଇଥିଲେ।

ଅଗଷ୍ଟ ୧୨ରେ ନୈନାଙ୍କ ପରିବାର ଲୋକ ନୈଗାଓଁ ପୁଲିସ୍‌ ଷ୍ଟେସନରେ ଗୋଟିଏ ନିଖୋଜ ମାମଲା କରିଥିଲେ। ନୈନାଙ୍କ ଭଉଣୀ ଜୟା ହିଁ ଏପରି ଅଭିଯୋଗ କରିଥିଲେ।

ପୂଜା ସିଧାସଳଖ ଭଉଣୀଙ୍କ ନିଖୋଜ ପଛରେ ମନୋହରଙ୍କ ହାତ ଥିବା ଅଭିଯୋଗ କରିଥିଲେ। ପୁଲିସ୍‌ ଯାଞ୍ଚ କରିବା ପରେ ମଙ୍ଗଳବାର ମନୋହର ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି। ହେଲେ ମୃତଦେହ କେମିତି ଉଦ୍ଧାର ହେଲା ଓ ଘଟଣା ପଛର ଅନ୍ୟ କୌଣସି ତଥ୍ୟ ଦେଇନାହିଁ।

Live In Relation Live In Partner Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe