Advertisment

ବାହା ହେବା ପରେ ବି ଅନୈତିକ ସମ୍ପର୍କ ରଖିଥିଲେ, ପଡ଼ୋଶୀଙ୍କ ସହ ମହିଳାଙ୍କ ଜୀବନ ନେଇଗଲା ପ୍ରେମିକ

ସୋନି ଦେବୀ ବିବାହିତ ଥିଲେ ହେଁ ଶ୍ରୀକାନ୍ତଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ରହିଥିଲା। ଏହାକୁ ନେଇ ଦୁଇ ବର୍ଷ ତଳେ ଗାଁରେ ପ୍ରବଳ ପାଟିତୁଣ୍ଡ ମଧ୍ୟ ହୋଇଥିଲା।

Soni

Soni

Advertisment

ଦୀର୍ଘ ଦିନ ହେଲା ନିଖୋଜ ଥିବା ୨ ଜଣ ମହିଳଳାଙ୍କ ମୃତଦେହ ଶେଷରେ ଜଙ୍ଗଲରୁ ମିଳିଛି। ଝାରଖଣ୍ଡର ଗିରିଦି ଜିଲ୍ଲାର ଗାୱାନ ପୁଲିସ୍‌ ଷ୍ଟେସନ ଅଞ୍ଚଳରୁ ୨ ମହିଳା ଗୁରୁବାର ଠାରୁ ନିଖୋଜ ଥିଲେ। ସେମାନଙ୍କ ମୃତଦେହକୁ ପୁଲିସ୍ ଗୋଲଗୋ ପହରୀ ଜଙ୍ଗଲରୁ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦ୍ଧାର କରିଛି।

Advertisment

ଦୁଇ ମହିଳାଙ୍କ ମୃତଦେହ ମିଳିବା ପରେ ପୁଲିସ୍‌ ସେମାନଙ୍କୁ ହତ୍ୟା କରିବା ଘଟଣାରେ ଖରସାନ ଗାଁର ଶ୍ରୀକାନ୍ତ ଚୌଧୁରୀ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସେ ନିମାଧି ଗାଁର ୨୩ ବର୍ଷୀୟ ସୋନି ଦେବୀ ଓ ୩୧ ବର୍ଷୀୟ ରିଙ୍କୁ ଦେବୀଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ପୁଲିସ୍‌ ଜାଣିବାକୁ ପାଇଛି।

ପ୍ରାଥମିକ ତଦଦନ୍ତରୁ ଜଣାପଡ଼ିଛି ଯେ ଦୁଇ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି। ତଥାପି ପୁଲିସ୍‌ ଅଧିକ ତଥ୍ୟ ହାସଲ କରିବା ପାଇଁ ଦୁଇ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ପୁଲିସ କହିବା କଥା ସୋନି ଦେବୀ ବିବାହିତ ଥିଲେ ହେଁ ଶ୍ରୀକାନ୍ତଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ରହିଥିଲା। ଏହାକୁ ନେଇ ଦୁଇ ବର୍ଷ ତଳେ ଗାଁରେ ପ୍ରବଳ ପାଟିତୁଣ୍ଡ ମଧ୍ୟ ହୋଇଥିଲା।

Advertisment

ଗାଁରେ ପଞ୍ଚାୟତ ବସି ସୋନି ଓ ଶ୍ରୀକାନ୍ତଙ୍କ ସମ୍ପର୍କକୁ ଅବୈଧ ଘୋଷଣା କରିଥିଲା। ଏଥିସହ ଶ୍ରୀକାନ୍ତଙ୍କ ଉପରେ ୧.୧୭ ଲକ୍ଷ ଟଙ୍କାର ଜୋରିମାନା ଲଗା ଯାଇଥିଲା। ଏତେ ସବୁ ସତ୍ତ୍ୱେ ଶ୍ରୀକାନ୍ତ ଓ ସୋନି ପରସ୍ପର ସହ ସମ୍ପର୍କ ରଖିଥିଲେ। ତେବେ ସମୟ ବିତିବା ସହ ସୋନି ଦେବୀ ମଧ୍ୟ ବଦଳି ଯାଇଥିଲେ। ସେ ଶ୍ରୀକାନ୍ତଙ୍କ ସହ ଆଗ ଭଳି ଆଉ କଥା ହେଉ ନଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଥିଲା। 

ସୋନିଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ନିକଟରେ ଶ୍ରୀକାନ୍ତ ଚୌଧୁରୀ ତାଙ୍କୁ ଧମକ ଦେଇଥିଲେ। ସୋନି ଯଦି ତାଙ୍କ ସହ କଥାବାର୍ତ୍ତା ବନ୍ଦ କରି ଦେବେ, ତା’ହେଲେ ସେ ତାଙ୍କୁ ଜୀବନରୁ ମାରିଦେବେ। ତଥାପି ସୋନି ପୂର୍ବଭଳି ଶ୍ରୀକାନ୍ତଙ୍କ ସହ କଥା ହେଉ ନଥିଲେ। 

ଗତ ଗୁରୁବାର ସୋନି ପଡ଼ୋଶୀ ରିଙ୍କୁ ଦେବୀଙ୍କ ସହ ଜଙ୍ଗଲକୁ ପତ୍ର ସଂଗ୍ରହ ପାଇଁ ଯାଇଥିଲେ। ହେଲେ ଦୁଇ ଜଣ ଯାକ ଆଉ ଘରକୁ ଫେରି ନଥିଲେ। ଦୁଇ ଦିନ ଧରି ପରିବାର ଲୋକ ଖୋଜାଖୋଜି କରି ନିରାଶ ହେବାରୁ ସୋନିଙ୍କ ମା’ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ସେ ନିଖୋଜ ପଛରେ ଶ୍ରୀକାନ୍ତଙ୍କ ହାତ ଥିବା ସନ୍ଦେହ କରିଥିଲେ। ଏପରି କି ଝିଅ ସୋନିଙ୍କ ମୋବାଇଲ ଫୋନକୁ ମଧ୍ୟ ସେ ପୁଲିସ୍‌କୁ ଦେଇଥିଲେ।

ପୁଲିସ୍‌ ମୋବାଇଲ କଲକୁ ଯାଞ୍ଚ କରିବା ପରେ ଶ୍ରୀକାନ୍ତ ଚୌଧୁରୀଙ୍କ ପାଖରେ ପହଞ୍ଚିଥିଲା। ତାଙ୍କୁ ଉଠାଇ ଆଣି ପୁଲିସ୍‌ ଜେରା କରିଥିଲେ ହେଁ ସେ ପ୍ରଥମେ କିଛି ବି ସ୍ୱୀକାର କରି ନଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ନିଜ ଅପରାଧକୁ ସ୍ୱୀକାର କରିଛନ୍ତି। ତାଙ୍କ ସ୍ୱୀକାରୋକ୍ତି ପରେ ପୁଲିସ୍‌ ଗୋଲଗୋ ଜଙ୍ଗଲରୁ ଦୁଇ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛି। ଏହି ସ୍ଥାନଟି ନିମାଧି ଗାଁ ଠାରୁ ୪ କିମି ଦୂର।

Crime Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe