ସ୍ୱାମୀ, ପିଲା ଥାଉ ଥାଉ ପରକୀୟାପ୍ରୀତିରେ ମାତିଥିଲେ ମହିଳା 

ଯେଉଁ ମା’ ନିଜ ପିଲାଙ୍କୁ ରକ୍ଷା କରିବା କଥା, ସେ ପାଲଟିଗଲା ସେମାନଙ୍କ ଶତ୍ରୁ। ପାଟି ଫିଟାଇବାର ଶାସ୍ତି ସ୍ୱରୁପ ମା’ ଆଗରେ ପିଲାଙ୍କୁ ଚେଙ୍କ ଦେଲା ତାଙ୍କ ପ୍ରେମିକ ।

Jitendra Garnayak
  • Published: Friday, 15 November 2024
  • Updated: 15 November 2024, 08:21 PM IST

Sports

Latest News

ବାପା ଥାଉ ଥାଉ ଅନୈତିକ ସମ୍ପର୍କରେ ବୁଡ଼ି ରହିଥିଲା ମା’ । ଏହାକୁ ବିରୋଧ କରିବା ପିଲାଙ୍କ ପାଇଁ କାଳ ହେଲା। ଯେଉଁ ମା’ ନିଜ ପିଲାଙ୍କୁ ରକ୍ଷା କରିବା କଥା, ସେ ପାଲଟିଗଲା ସେମାନଙ୍କ ଶତ୍ରୁ। ପାଟି ଫିଟାଇବାର ଶାସ୍ତି ସ୍ୱରୁପ ମା’ ଆଗରେ ପିଲାଙ୍କୁ ଚେଙ୍କ ଦେଲା ତାଙ୍କ ପ୍ରେମିକ । ଦିନେ କି ଦୁଇ ଦିନ ନୁହେଁ, ତିନି ଦିନ ଏପରି ଅକଥନୀୟ ନିର୍ଯାତନା ସହିବା ପରେ ଦୁଇ ପିଲାଙ୍କୁ ଉଦ୍ଧାର କରିଛି ପୁଲିସ୍‌। ଏପରି ଏକ ଲଜ୍ଜାଜନକ ଘଟଣା ରାଜଧାନୀ ଭୁବନେଶ୍ୱରର ମୈତ୍ରୀବିହାର ଥାନା ମହାବୀର ବସ୍ତିରେ ଘଟିଛି । ଦୁଇ ପିଲାଙ୍କୁ ଗରମ ଷଣ୍ଢୁଆଶୀରେ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦିଆଯାଇଛି। ଏହି ଘଟଣାରେ ପୁଲିସ୍ ପୀଡ଼ିତ ପିଲାଙ୍କ ମା’ ଓ ତାଙ୍କ ପ୍ରେମିକ ଗୁଡ଼ୁ ନାୟକଙ୍କୁ ଗିରଫ କରିଛି। 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos