ମା\' ନାଁରେ କଳଙ୍କ । ପ୍ରେମିକ ହାତରେ ନିଜ ଛୁଆଙ୍କୁ ଦେଉଥିଲା ଚେଙ୍କ || Extra marital affairs || BBSR || OR
ବାପା ଥାଉ ଥାଉ ଅନୈତିକ ସମ୍ପର୍କରେ ବୁଡ଼ି ରହିଥିଲା ମା’ । ଏହାକୁ ବିରୋଧ କରିବା ପିଲାଙ୍କ ପାଇଁ କାଳ ହେଲା। ଯେଉଁ ମା’ ନିଜ ପିଲାଙ୍କୁ ରକ୍ଷା କରିବା କଥା, ସେ ପାଲଟିଗଲା ସେମାନଙ୍କ ଶତ୍ରୁ। ପାଟି ଫିଟାଇବାର ଶାସ୍ତି ସ୍ୱରୁପ ମା’ ଆଗରେ ପିଲାଙ୍କୁ ଚେଙ୍କ ଦେଲା ତାଙ୍କ ପ୍ରେମିକ । ଦିନେ କି ଦୁଇ ଦିନ ନୁହେଁ, ତିନି ଦିନ ଏପରି ଅକଥନୀୟ ନିର୍ଯାତନା ସହିବା ପରେ ଦୁଇ ପିଲାଙ୍କୁ ଉଦ୍ଧାର କରିଛି ପୁଲିସ୍। ଏପରି ଏକ ଲଜ୍ଜାଜନକ ଘଟଣା ରାଜଧାନୀ ଭୁବନେଶ୍ୱରର ମୈତ୍ରୀବିହାର ଥାନା ମହାବୀର ବସ୍ତିରେ ଘଟିଛି । ଦୁଇ ପିଲାଙ୍କୁ ଗରମ ଷଣ୍ଢୁଆଶୀରେ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦିଆଯାଇଛି। ଏହି ଘଟଣାରେ ପୁଲିସ୍ ପୀଡ଼ିତ ପିଲାଙ୍କ ମା’ ଓ ତାଙ୍କ ପ୍ରେମିକ ଗୁଡ଼ୁ ନାୟକଙ୍କୁ ଗିରଫ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us