Advertisment

ବାଇକ୍‌ରେ ଆସିଲେ; ଗୁଳିମାରି ଚମ୍ପଟ ମାରିଲେ

କେଉଁ କାରଣ ପାଇଁ ଯୁବକଙ୍କୁ ଗୁଳିମାଡ଼ ହୋଇଛି ତାର କାରଣ ଜଣାପଡ଼ି ନାହିଁ।

author-image
Tapaswini Nayak
ଅଦ୍ୟତନ ହୋଇଛି
gun

Gun

ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି।। ଆହତ ଯୁବକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଯୁବକଙ୍କ ପେଟରେ ଗୁଳି ବାଜିଛି। ତାଙ୍କ ପରିଚୟ ମିଳିନାହିଁ।  

Advertisment

ଆଜି ସକାଳେ ଯୁବକ ଜଣଙ୍କ କୌଣସି କାମରେ ବଜାରକୁ ଆସିଥିଲେ। ଏହି ସମୟରେ  କିଛି ମୁଖାପିନ୍ଧା ଦୁ‍ର୍ବୃତ୍ତ ବାଇକରେ ଆସି ତାଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକ ଯୁବକଙ୍କୁ ରକ୍ତ ଜଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବିଶ୍ରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଯୁବକଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

କେଉଁ କାରଣ ପାଇଁ ଯୁବକଙ୍କୁ ଗୁଳିମାଡ଼ ହୋଇଛି ତାର କାରଣ ଜଣାପଡ଼ି ନାହିଁ। ପୂର୍ବ ଶତ୍ରୁତା ପାଇଁ ଗଳିମାଡ଼ ହୋଇଛି ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Rourkela