Advertisment

ରେଲୱେ ଜେଇଙ୍କ ଘରେ ପଶିଲେ ଦୁର୍ବୃତ୍ତ; ହାତ ଗୋଡ଼ ବାନ୍ଧି ଲୁଟି ନେଲେ

ଆଜି ଭୋର ସମୟରେ କିଛି ଦୁର୍ବୃତ୍ତ ମୁଖା ପିନ୍ଧି ଦିଲୀପଙ୍କ ଘରେ ପଶିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Loot

Loot

ସକାଳୁ ସକାଳୁ ରେଲୱେ ଜେଇଙ୍କ ଘରେ ପଶିଲେ ଦୁର୍ବୃତ୍ତ। ଜେଇଙ୍କ ହାତଗୋଡ଼ ବାନ୍ଧି ଓ ପରିବାର ଲୋକଙ୍କୁ ଭୟବୀତ କରି ୨ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇ ଚମ୍ପଟ ମାରିଲେ। ଏପରି ଘଟଣା ଘଟିଛି ରାଉରକେଲାରେ। ଏନେଇ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ରେଲୱେ ଜେଇ ଦିଲୀପ ପଣ୍ଡା।

Advertisment

ଆଜି ସକାଳେ  କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଦିଲୀପଙ୍କ ଘରେ ପଶିଥିଲେ। ଘରେ ଥିବା ଟଙ୍କା ପଇସା ଦେବାକୁ ପରିବାର ଲୋକଙ୍କୁ ଧମକ ଚମକ ଦେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଦିଲୀପଙ୍କ ହାତଗୋଡ଼ ବାନ୍ଧି ଦେଇ ଗୋଟିଏ ରୁମ୍‌ରେ ପୂରାଇ ଦେଇଥିଲେ।

ପରେ ପରିବାର ସଦସ୍ୟଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟବୀତ କରିଥିଲେ। ଏହାପରେ ଘର ଆଲମାରିର ଲକ୍‌ ଭାଙ୍ଗି ଟଙ୍କା ପଇସା ନେଇ ଚମ୍ପଟ ମାରିଥିଲେ। ଏନେଇ ଦିଲୀପ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Loot Rourkela