Advertisment

ସାମୂହିକ ଆତ୍ମହତ୍ୟା: ୩ ପିଲାଙ୍କ ସମେତ ପରିବାର ୬ ଜଣଙ୍କୁ ବିଷ ଦେବା ପରେ ନିଜେ ଝୁଲି ପଡ଼ିଲେ

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଫର୍ଣ୍ଣିଚର ଦୋକାନ କରି ପରିବାର ଚଳାଉଥିବା ୩୭ ବର୍ଷୀୟ ମନୀଷ ସୋଲାଙ୍କୀ ପ୍ରଥମେ ତାଙ୍କ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ପିଆଇ ଦେଇଥିଲେ।

ଅଦ୍ୟତନ ହୋଇଛି
Manish

Manish

Advertisment

ଗୁଜରାଟରୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଖବର। ଗୋଟିଏ ପରିବାର କରିଛନ୍ତି ସାମୂହିକ ଆତ୍ମହତ୍ୟା। ଜଣେ ବ୍ୟକ୍ତି ପ୍ରଥମେ ନିଜ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ପିଆଇ ଦେଇଥିଲେ। ଏହାପରେ ନିଜେ ମଧ୍ୟ ବେକରେ ଦୌଡ଼ି ବାନ୍ଧି ଝୁଲି ପଡ଼ିଛନ୍ତି। ଗୋଟିଏ ଘର ଭିତରୁ ୭ ଜଣଙ୍କ ମୃତଦେହ ମିଳିବା ପରେ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।

Advertisment

ଗୁଜରାଟର ସୁରତ ଅନ୍ତର୍ଗତ ପାଲନପୁର ପଟିଆରେ ଥିବା ସିଦ୍ଧେଶ୍ୱର ଆପାର୍ଟମେଣ୍ଟରେ ଏପରି ଘଟଣା ଘଟିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଫର୍ଣ୍ଣିଚର ଦୋକାନ କରି ପରିବାର ଚଳାଉଥିବା ୩୭ ବର୍ଷୀୟ ମନୀଷ ସୋଲାଙ୍କୀ ପ୍ରଥମେ ତାଙ୍କ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ପିଆଇ ଦେଇଥିଲେ। ଏହାପରେ ସେ ନିଜେ ବେକରେ ରଶି ଲଗାଇ ଜୀବନ ହାରିଛନ୍ତି। ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ସହ କବାଟ ଭାଙ୍ଗି ମୃତଦେହ ଗୁଡ଼ିକ ଜବତ କରିଥିଲା। ଏହାପରେ ସେଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି।

ତଦନ୍ତ ବେଳେ ପୁଲିସ ମନୀଷଙ୍କ ଘରକୁ ଗୋଟିଏ ସୁଇସାଇଡ ନୋଟ ଜବତ କରିଛି। ଋଣ ଆଣି ମନୀଷ ଫେରସ୍ତ କରିବାକୁ ଅକ୍ଷମ ହୋଇ ଥିବାରୁ ପରିବାର ସହ ଜୀବନ ହାରିଥିବା କଥା ଏଥିରେ ଉଲ୍ଲେଖ କରିଛନ୍ତି। ଏଥିସହ ପରିବାର ଲୋକ ସେମାନଙ୍କ ଫ୍ଲାଟକୁ ମଧ୍ୟ ବିକ୍ରି କରିବାକୁ ଯୋଜନା କରିଥିଲେ ବୋଲି ମଧ୍ୟ ଚିଠିରେ ଲେଖା ଅଛି। କିନ୍ତୁ ସେ କାହା ଠାରୁ କେତେ ଟଙ୍କା ଋଣ ଆଣିଥିଲେ, ସେକଥା ସୁଇସାଇଡ ନୋଟରେ ଲେଖି ନାହାନ୍ତି।

Advertisment

ପୁଲିସର କହିବା କଥା ଯେ ମନୀଷଙ୍କର ବଡ଼ଧରଣର ଫର୍ଣ୍ଣିଚର ବ୍ୟବସାୟ ରହିଥିଲା। କିନ୍ତୁ ବ୍ୟବସାୟ ଠିକ ଭାବେ ହେଉ ନଥିବାରୁ ବେଶ କିଛି ମାସ ହେଲା ମନୀଷ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ତାଙ୍କ ପାଖରେ ୩୫ ଜଣ କାଠ ମିସ୍ତ୍ରୀ ଓ ଶ୍ରମିକମାନେ ମଧ୍ୟ କାମ କରୁଥିଲେ। କିଛି ବଡ଼ ଡିଲ ମନୀଷଙ୍କ ହାତରେ ଲାଗିଥିଲେ ମଧ୍ୟ ସେ ଆର୍ଥିକ ସଙ୍କଟ ଯୋଗୁ ସେଗୁଡ଼ିକ ପୂରଣ କରି ପାରୁ ନଥିବା ଜଣାପଡ଼ିଛି।

ସମ୍ଭବତଃ ଏହାକୁ ନେଇ ମାନସିକ ଚାପରେ ଥିବା ମନୀଷ ଓ ତାଙ୍କ ପରିବାରର ସଦସ୍ୟମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମନୀଷଙ୍କ ବ୍ୟତୀତ ତାଙ୍କ ବାପା କାନୁ ଭାଇ ସୋଲାଙ୍କି, ମା’ ଶୋଭା, ପତ୍ନୀ ରିତା ଓ ୩ ପିଲା ଦିଶା, କାବ୍ୟା ଓ କୁଶଲଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଦୁଇ ଝିଅଙ୍କ ବୟସ ଯଥାକ୍ରମେ ୧୦ ଓ ୬ ହୋଇଥିବା ବେଳେ ପୁଅର ବୟସ ମଧ୍ୟ ୬ ବର୍ଷ ଥିଲା ବୋଲି ପୁଲିସ୍‌ କହିଛି।

ଆଜି ସକାଳେ ମନୀଷଙ୍କ ପାଖରେ କାମ କରୁଥିବା ମିସ୍ତ୍ରୀ ଓ ଶ୍ରମିକମାନେ ତାଙ୍କୁ ବାରମ୍ବାର ଫୋନ କରିଥିଲେ। କିନ୍ତୁ ସେ କୌଣସି ପ୍ରକାରର ଉତ୍ତର ଦେଇ ନଥିଲେ। କିଛି ମିସ୍ତ୍ରୀ ଓ ଶ୍ରମିକ ଘରକୁ ଆସିବା ସହ କବାଟ ବାଡ଼େଇ ଥିଲେ। କିନ୍ତୁ ଘର ଭିତରକୁ କୌଣସି ପ୍ରକାରର ଉତ୍ତର ମିଳି ନଥିଲେ। ଫଳରେ ସେମାନେ ପଡ଼ୋଶୀଙ୍କୁ ଖବର ଦେଇଥିଲେ।

ପଡ଼ୋଶୀମାନେ ଝରକା ଭାଙ୍ଗି ଭିତରକୁ ଦେଖିଲା ବେଳକୁ ସବୁ କିଛି ଶେଷ ହୋଇ ସାରିଥିଲା। ପରିବାରର ୬ ଜଣ ସଦସ୍ୟ ବେଡ ଉପରେ ଶୋଇଥିବା ବେଳେ ମନୀଷ ଝୁଲନ୍ତା ଅବସ୍ଥାରେ ଥିବା ସେମାନେ ଦେଖିବାକୁ ପାଇଥିଲେ। ପଡ଼ୋଶୀମାନେ ଏହି ଦୃଶ୍ୟକୁ ଦେଖି ପୂରା ବିଚଳିତ ହୋଇଯାଇଥିଲେ। ସେମାନେ ତୁରନ୍ତ ସମ୍ପର୍କୀୟମାନଙ୍କୁ ଖବର ଦେବା ସହ ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌ ଏବେ ଘଟଣାର ଅଧିକ ତଦନ୍ତ କରୁଛି।

Suicide Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe