Advertisment

ଫଲକନାମା ଏକ୍ସପ୍ରେସରୁ ୨୪ ଲକ୍ଷ ଜବତ; ୨ ଗିରଫ

ତେଲେଙ୍ଗାନା ପୁଲିସ ଓ କଟକ ଆରପିଏଫର ମିଳିତ ସହଯୋଗରେ ବିହାରର ଦୁଇ ଯୁବକଙ୍କଠାରୁ ୨୪ ଲକ୍ଷ ଟଙ୍କା ଜବତ କରାଯାଇଛି।

ଅଦ୍ୟତନ ହୋଇଛି
Accused arrested

Accused arrested

Advertisment

ଫଲକନାମା ଏକ୍ସପ୍ରେସରୁ ଜବତ ହୋଇଛି ୨୪ ଲକ୍ଷ ଟଙ୍କା। ତେଲେଙ୍ଗାନା ପୁଲିସ ଓ କଟକ ଆରପିଏଫର ମିଳିତ ସହଯୋଗରେ ବିହାରର ଦୁଇ ଯୁବକଙ୍କଠାରୁ ୨୪ ଲକ୍ଷ ଟଙ୍କା ଜବତ କରାଯାଇଛି। ଦୁଇ ଅଭିଯୁକ୍ତ ହେଲେ ରାମନାରାୟଣ ଯାଦବ ଓ ଶେଖ୍ ସିରାଜ।

Advertisment

ଫଲକନାମା ଏକ୍ସପ୍ରେସରେ ଟଙ୍କା ଚାଲାଣ ହେଉଥିବା ତେଲେଙ୍ଗାନା ପୁଲିସ କୌଣସି ସୁତ୍ରରୁ ପାଇଥିଲା। ଏନେଇ କଟକ ଆରପିଏଫକୁ ସୂଚନା ଦେଇଥିଲା। ଗତକାଲି ଫଲକନୁମା ଏକପ୍ରେସ କଟକରୁ ଯାଜପୁର ଛାଡ଼ିବା ବେଳେ କଟକ ଆରପିଏଫ ଚଢ଼ାଉ କରିଥିଲା।

ଚଢ଼ାଉ ବେଳେ ଦୁଇ ଯୁବକଙ୍କ ଠାରୁ ୨୪ ଲକ୍ଷ ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲା ଆରପିଏଫ। ତେବେ ଏହି ଦୁଇ ଯୁବକ ଏତେ ଟଙ୍କା କେଉଁଠୁ ଆଣିଲେ, ଏହି ଟଙ୍କା ନେଇ ସେମାନେ କେଉଁଠୁ ଯାଉଥିଲେ ତାହା ଜଣାପଡ଼ିନାହିଁ। ପୁଲିସ ସେମାନଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।

Advertisment
Cuttack Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe