Advertisment

ନିଜ ବେକ କାଟି ଦେଲେ ଗଣିତ ସାର୍‌; କାରଣ ଖୋଜୁଛି ପୁଲିସ୍‌

ରାଇଘର ଥାନା ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଶ୍ରୀ ସ୍ୱାଇଁ ରହୁଥିବା ଭଡ଼ା ଘରେ ପହଞ୍ଚି ପୁଲିସ୍‌ ଛାନଭିନ୍‌ ଚଳାଇଛି। ମାନସିକ ଦୁଶ୍ଚିନ୍ତାରୁ ଗଣିତ ସାର୍ ନିଜ ବେକ କାଟିଥିବା ପ୍ରାଥମିକ ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଛି।

Teacher

Teacher

Advertisment

ନିଜ ବେକ କାଟି ଦେଲେ ଗଣିତ ସାର୍‌। ସ୍କୁଲ ନଯାଇ ଭଡ଼ା ଘରେ ଏଭଳି କାଣ୍ଡ ଘଟାଇଛନ୍ତି ଗଣିତ ସାର୍। କେଉଁ କାରଣରୁ ସାର୍‌ ନିଜର ବେକ କାଟିଲେ, ତାହା ଜଣାପଡ଼ିନି। କାରଣ ଜାଣିବା ପାଇଁ ଛାନ୍‌ଭିନ୍‌ ଚଳାଇଛି ପୁଲିସ୍‌। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳାରୁ ଆସିଛି ଏପରି ଅଭିଯୋଗ।

Advertisment

ଅଲେଖ ମହିମା ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ହେଉଛନ୍ତି ଆଶିଷ କୁମାର ସ୍ୱାଇଁ। ସେ ରାଇଘର ବ୍ଲକ୍‌ କଚରାପାରାର ଡିଏନ୍‌କେ ଅଞ୍ଚଳରେ ଘର ଭଡ଼ା ନେଇ ପରିବାର ଲୋକଙ୍କ ସହ ରହୁଥିଲେ। ପ୍ରତିଦିନ ସ୍କୁଲ ଆସୁଥିଲେ ଓ ପିଲାଙ୍କୁ ପାଠ ପଢ଼ାଇ ରୁମ୍‌କୁ ଫେରି ଯାଉଥିଲେ। ହେଲେ ଆଜି ଶ୍ରୀ ସ୍ୱାଇଁ ସ୍କୁଲ ଯାଇନଥିଲେ। ଘରେ ସମସ୍ତଙ୍କ ଆଗରେ ଏକ ଧାରୁଆ ଅସ୍ତ୍ରରେ ନିଜର ବେକ କାଟି ଦେଇଥିଲେ ଗଣିତ ସାର୍। ପଡ଼ୋଶୀ ଓ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇଘର ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। କିନ୍ତୁ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ତାହା ଜଣାପଡ଼ି ନାହିଁ।

ସେପଟେ ରାଇଘର ଥାନା ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଶ୍ରୀ ସ୍ୱାଇଁ ରହୁଥିବା ଭଡ଼ା ଘରେ ପହଞ୍ଚି ପୁଲିସ୍‌ ଛାନଭିନ୍‌ ଚଳାଇଛି। ମାନସିକ ଦୁଶ୍ଚିନ୍ତାରୁ ଗଣିତ ସାର୍ ନିଜ ବେକ କାଟିଥିବା ପ୍ରାଥମିକ ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଛି।

Advertisment

ତେବେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭୁବନ ମୋହିନୀ ନାଏକ କହିଛନ୍ତି, ଗଣିତ ସାର ନିୟମିତ ସ୍କୁଲ ଆସନ୍ତି। କିନ୍ତୁ ଆଜି ସ୍କୁଲ ଆସିନଥିଲେ। ସେ ନିଜ ଡିଏନକେ ସ୍ଥିତ ଭଡ଼ା ଘରେ ଏଭଳି କାଣ୍ଡ ଘଟାଇଥିବା ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ଜଣେ ଗଣିତ ଶିକ୍ଷକଙ୍କ ମାନସିକ ଅବସ୍ଥା ଠିକ୍‌ ନାହିଁ, ତାହାହେଲେ ସେ କି ପାଠ ପିଲାଙ୍କୁ ପଢ଼ାଉଥିଲେ?

ରିପୋର୍ଟ-ଉମରକୋଟରୁ କାର୍ତ୍ତିକ ମଲ୍ଲିକ

Odisha Teacher Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe