Advertisment

ହାଇକୋର୍ଟଙ୍କ ନିର୍ଦ୍ଦେଶ ନମାନି ହରଡ଼ଘଣାରେ ଜିଲ୍ଲା ଶିକ୍ଷା ଅଧିକାରୀ

ବାରିପଦା ଟାଉନ ଥାନା ପୁଲିସ ମଧ୍ୟ କହିଛି ଯେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଠିକ୍ ସମୟରେ ନେଇ ହାଇକୋର୍ଟରେ ହାଜର କରାଯିବ।

author-image
Jitendra Garnayak
Odisha High court

Odisha High court

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ହରଡ଼ଘଣାରେ ପଡ଼ିଛନ୍ତି ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ପୂର୍ଣ୍ଣଚନ୍ଦ୍ର ସେଠୀ। ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ତାଙ୍କୁ ତିନି ଥର ନିର୍ଦ୍ଦେଶ ଆସିଥିଲା। କିନ୍ତୁ ସେ ହାଜର ହୋଇ ନଥିଲେ। ତେଣୁ ତାଙ୍କୁ ଆଣି ହାଜର କରାଇବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। 

Advertisment

ମିଳିଥିବା ସୂଚନା ଅନୁଯାୟୀ,  ଜଣେ ଅଣତାଲିମପ୍ରାପ୍ତ ଶିକ୍ଷୟତ୍ରୀ ତାଙ୍କ ଦରମା ସମ୍ବନ୍ଧରେ ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ଅଣତାଲିମପ୍ରାପ୍ତ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ଦରମା ପାଉଥିବା ବେଳେ ଅନେକ ଦିନ ଧରି କାର୍ଯ୍ୟ କରିଥିବାରୁ ତାଙ୍କୁ ତାଲିମପ୍ରାପ୍ତ ଶିକ୍ଷକଙ୍କ ଭଳି ଦରମା ଦିଆଯାଉ ବୋଲି କୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ହାଜର ହେବାକୁ ହାଇକୋର୍ଟ ତିନି ଥର ସମନ ଜାରି କରିଥିଲେ। ତେବେ କୌଣସି କାରଣ ବଶତଃ ସେ କୋର୍ଟରେ ଉପସ୍ଥିତି ହୋଇପାରି ନ ଥିଲେ।

ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସେଠୀ କହିଛନ୍ତି ଯେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କୌଣସି ପ୍ରକାର ଅବମାନନା କରାଯାଇନାହିଁ। ନିଜ ତରଫରୁ ସେ କୋର୍ଟରେ ହାଜର ହୋଇ ପକ୍ଷ ରଖିବେ। ବାରିପଦା ଟାଉନ ଥାନା ପୁଲିସ ମଧ୍ୟ କହିଛି ଯେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଠିକ୍ ସମୟରେ ନେଇ ହାଇକୋର୍ଟରେ ହାଜର କରାଯିବ। 

Advertisment
Odisha Highcourt