Advertisment

Stop Rape: ଧୋକା ଦେଲେ ବନ୍ଧୁ: ହୋଟେଲ ରୁମରେ ଡାକ୍ତରୀ ଛାତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ!

ଘଟଣା ପରେ ଛାତ୍ରୀ ଜଣଙ୍କ ଅଭିଯୋଗ କରିବାକୁ ଚାହୁଁଥିଲେ। କିନ୍ତୁ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଘଟଣା ବେଳରେ ରେକର୍ଡ କରିଥିବା ଭିଡିଓକୁ ଭାଇରାଲ କରିବାର ଧମକ(Crime) ଦେଇଥିଲେ। ତେଣୁ ସେ ଏଯାଏ ଚୁପ ରହିଥିବା ମଧ୍ୟ ପୁଲିସ୍‌କୁ ଜଣାଇଛନ୍ତି।

stop-Rape

representational image

Advertisment

ଦେଶର ରାଜଧାନୀ ଦିଲ୍ଲୀ(Delhi)ରୁ ଆସିଛି ସାଂଘାତିକ ଅଭିଯୋଗ। ଜଣେ ୧୮ ବର୍ଷୀୟ ଏମବିବିଏସ୍‌ ଛାତ୍ରୀ ତାଙ୍କ ୨୦ ବର୍ଷୀୟ ବନ୍ଧୁଙ୍କ ବିରୋଧରେ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ। ବନ୍ଧୁତା ସ୍ଥାପନ କରିବାକୁ ୨୦ ବର୍ଷୀୟ ଯୁବକ ଜଣଙ୍କ ତାଙ୍କୁ ହୋଟେଲକୁ ନେଇଥିଲେ। ଏହାପରେ ଆଦର୍ଶ ନଗର ସ୍ଥିତ ହୋଟେଲରେ ଦୁଷ୍କର୍ମ କରିଥିବା ଛାତ୍ରୀ ଜଣଙ୍କ କହିଛନ୍ତି।

Advertisment

ପୂରା ଘଟଣା ସେପ୍ଟେମ୍ବର ୯ରେ ଘଟିଥିଲା। ଘଟଣା ପରେ ଛାତ୍ରୀ ଜଣଙ୍କ ଅଭିଯୋଗ କରିବାକୁ ଚାହୁଁଥିଲେ। କିନ୍ତୁ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଘଟଣା ବେଳରେ ରେକର୍ଡ କରିଥିବା ଭିଡିଓକୁ ଭାଇରାଲ କରିବାର ଧମକ(Crime) ଦେଇଥିଲେ। ତେଣୁ ସେ ଏଯାଏ ଚୁପ ରହିଥିବା ମଧ୍ୟ ପୁଲିସ୍‌କୁ ଜଣାଇଛନ୍ତି। 

ପୀଡ଼ିତା ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଅଭିଯୁକ୍ତ ଜଣଙ୍କ ତାଙ୍କ କଲେଜର ଡାକ୍ତରୀ ଛାତ୍ର। ଘଟଣା ଦିନ ସେ ତାଙ୍କୁ ବନ୍ଧୁତା ସ୍ଥାପନ କରିବା ଆଳରେ ହୋଟେଲ ଆପଲକୁ ନେଇ ଯାଇଥିଲେ। ଉଭୟ ଗୋଟିଏ କଲେଜରେ ପଢ଼ୁଥିବାରୁ ଛାତ୍ରୀ ଜଣଙ୍କ ଅଭିଯୁକ୍ତଙ୍କ କଥାରେ ହୋଟେଲ ଯିବାକୁ ରାଜି ହୋଇ ଯାଇଥିଲେ।

Advertisment

 କିନ୍ତୁ ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତ ଜଣଙ୍କ ତାଙ୍କ ଅସଲ ରୂପ ଦେଖାଇଥିଲେ। ସେ ପିଡ଼ୀତାଙ୍କୁ ଗୋଟିଏ ରୁମକୁ ନେଇ ଥଣ୍ଡା ପାନୀୟ ଦେଇଥିଲେ। ବାସ୍ତବରେ ଏଥିରେ ନିଶା ବଟିକା ମିଶା ଯାଇଥିଲା। ଏହାକୁ ପିଇବା ପରେ ଛାତ୍ରୀ ଜଣଙ୍କ ନିଜର ହୋସ ହରାଇ ବସିଥିଲେ। ଏହାପରେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଦୁଷ୍କର୍ମ(Stop Rape) କରିଥିଲେ। ଖାଲି ସେତିକି ନୁହେଁ, ଘଟଣାର ବେଳର ଭିଡିଓ ଓ ଅଶ୍ଳୀଳ ଫଟୋକୁ ଭାଇରାଲ କରିବାର ଧମକ ଦେଇ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଭୟଭୀତ କରି ଚାଲିଥିବା ପୀଡ଼ିତା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। 

ପୀଡ଼ିତାଙ୍କ ଘର ହରିୟାଣାର ଜିନ୍ଦ ଅଞ୍ଚଳରେ। ସେ ଦିଲ୍ଲୀର ରୋହିଣୀରେ ଥିବା ବାବା ସାହେବ ଆମ୍ବେଦକର ମେଡିକାଲ କଲେଜର ହଷ୍ଟେଲରେ ରୁହନ୍ତି। ପୁଲିସ୍‌ ତାଙ୍କ ଅଭିଯୋଗକୁ ଭିତ୍ତି କରି ଗୋଟିଏ ମାମଲା କରିଛି। ହେଲେ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ। ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକାଧିକ ଟିମ ଗଠନ କରାଯାଇଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। 

Delhi Crime Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe