Advertisment

ଖରାପ ହେଲା ପରୀକ୍ଷା, ଝୁଲି ପଡ଼ିଲେ ମେଡିକାଲ ଛାତ୍ର

ରାଜୀବ ରଞ୍ଜନ ଭାଗଲପୁରର ବରାରି ଥାନା କ୍ଷେତ୍ର ଅଧୀନ ଜବାହରଲାଲ ନେହରୁ ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ର ଥିଲେ। ସେ ଗତ ବର୍ଷ କଲେଜରେ ଆଡମିଶନ କରିଥିଲେ।

Student

Student

Advertisment

ପରୀକ୍ଷାରେ ଭଲ ପ୍ରଦର୍ଶନ କରି ନ ପାରିବାରୁ ଭାଙ୍ଗି ପଡ଼ିଲେ ମେଡିକାଲ ଛାତ୍ର । ଏପରିକି କିଛି ଦିନ ଚୁପଚାପ ରହିବା ପରେ ଶେଷରେ ନିଜ ହଷ୍ଟେଲ ରୁମ୍‌ରେ ଝୁଲି ପଡ଼ିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ବିହାରର ଭାଗଲପୁରରେ ଘଟିଛି। ମୃତ ଛାତ୍ର ରାଜୀବ ରଞ୍ଜନ ଓ ତାଙ୍କ ଘର ବିହାରରେ ବୋଲି ଜଣାଯାଇଛି।

Advertisment

ରାଜୀବ ରଞ୍ଜନ ଭାଗଲପୁରର ବରାରି ଥାନା କ୍ଷେତ୍ର ଅଧୀନ ଜବାହରଲାଲ ନେହରୁ ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ର ଥିଲେ। ସେ ଗତ ବର୍ଷ କଲେଜରେ ଆଡମିଶନ କରିଥିଲେ।

ଗତ କିଛି ଦିନ ତଳେ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ରାଜୀବ ରଞ୍ଜନଙ୍କର କିଛି ପେପରରେ ଖରାପ ପ୍ରଦର୍ଶନ ରହିଥିଲା। ଫଳରେ ସେ କିଛି ଦିନ ହେବ ଡିପ୍ରେଶନରେ ରହୁଥିଲେ, କାହା ସହ କଥା ହେଉ ନ ଥିଲେ। ଏପରିକି କାହା ସହ ଭଲ ଭାବେ କଥା ମଧ୍ୟ ହେଉ ନ ଥିଲେ ବୋଲି ତାଙ୍କ ସହପାଠୀମାନେ କହିଛନ୍ତି।

Advertisment

ଏହାପରେ ନିଜ ହଷ୍ଟେଲ ରୁମ୍‌ରେ ଏକୁଟିଆ ଥିବା ବେଳେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏନେଇ ତାଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି।

ଏହି ଖବର ପ୍ରଚାରିତ ହେବା ପରେ କଲେଜ ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏପରିକି ବହୁ ସଂଖ୍ୟାରେ ମେଡିକାଲ ଛାତ୍ର ବାହାରକୁ ଚାଲି ଆସି କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରାବାଜି କରିଥିଲେ। କଲେଜରେ ଭଲ ଖାଇବା, ପାଠପଢ଼ା ହେଉ ନ ଥିବା ଅଭିଯୋଗ କରିଥିଲେ। ଏପରିକି ବିରୋଧ କଲେ କଲେଜରୁ ବାହାର କରି ଦିଆଯିବ ବୋଲି ବି କଲେଜ କର୍ତ୍ତୃପକ୍ଷ ଧମକ ଦେଉଥିବା କହିଥିଲେ । ଏହାକୁ କେନ୍ଦ୍ର କରି ସେମାନେ କଲେଜ ପ୍ରିନ୍ସିପାଲଙ୍କୁ ଘେରିବାକୁ ପଛାଇ ନ ଥିଲେ।

Suicide Bihar Student Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe