Advertisment

ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର-ସୁରକ୍ଷାକର୍ମୀ ପିଟାପିଟି; ୨ ଆହତ

ଆଜି ଭୋର ପ୍ରାୟ ସାଢେ ଚାରିଟା ବେଳେ ଏହି ଘଟଣା ଘଟିଛି।

author-image
Tapaswini Nayak
Vimsar

Vimsar

ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର ଓ ଘରୋଇ ସୁରକ୍ଷା କର୍ମୀଙ୍କ ମଧ୍ୟରେ ପିଟାପିଟି ହୋଇଛି। ଏଥିରେ ଜଣେ ପିଜି ଛାତ୍ର ଆହତ ହୋଇଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ ଆହତ ହୋଇଛନ୍ତି। ବୁର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାବୁଝା କରିଛି।

Advertisment

ପୁଲିସର ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ସାଢେ ଚାରିଟା ବେଳେ ଏହି ଘଟଣା ଘଟିଛି। କୌଣସି କାରଣକୁ କେନ୍ଦ୍ର କରି ଜଣେ PG ଛାତ୍ର ଓ ଜଣେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଜଣେ ସୁରକ୍ଷା କର୍ମୀ ଆହତ ହୋଇଥିଲେ। ଖବର ପାଇ, ସଂପୃକ୍ତ ସୁରକ୍ଷା କର୍ମୀଙ୍କ ସମ୍ପର୍କୀୟ ଯାଇ PG ଛାତ୍ରଙ୍କୁ ମାଡ଼ ମାରିଥିଲ । ଘଟଣା ଜଣାପଡିବା ପରେ ଅନ୍ୟ କିଛି PG ଡାକ୍ତରୀ ଛାତ୍ର ପହଞ୍ଚି ଏହାର ପ୍ରତିବାଦ କରିଥିଲେ। ଉଭୟଙ୍କ ମଧ୍ୟରେ ପିଟାପିଟି ହୋଇଥିଲା। ପରେ ହସପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।

ବୁର୍ଲା ଭୀମସାର ଅଧୀକ୍ଷକ ଲାଲମୋହନ ନାୟକ କହିଛନ୍ତି, ଆମର କିଛି ଡାକ୍ତରୀପିଲାଙ୍କୁ ସିକ୍ୟୁରିଟି ଗାର୍ଡ ଓ ଆଟେଣ୍ଡାଣ୍ଟ ମିଶିକି ପିଟିଥିଲେ। ସିକ୍ୟୁରିଟି ସଂସ୍ଥାକୁ ବାହାର କରାଯାଉ ବୋଲି ପିଲାମାନେ ଦାବି କରିଛନ୍ତି। ଉଭୟପକ୍ଷରୁ ଡାକି ପଚରାଉଚରା କରାଯିବ।

Advertisment
Sambalpur VIMSAR