Advertisment

ଘର ଭିତରେ ଧସେଇ ପଶିଲେ, ଛୁରୀ ଦେଖାଇ ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ

ନାବାଳିକା ପୀଡ଼ିତା ଜଣଙ୍କ ସୋମବାର ଏନେଇ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଆଜି ପୂରା ଘଟଣା ସାମ୍ନାକୁ ଆସିଛି।

stop Rape

stop Rape

Advertisment

ସ୍ପଷ୍ଟ ଦିବାଲୋକାରେ ୩ ଜଣ ଯୁବକ ଘଟାଇଛନ୍ତି ସାଂଘାତିକ ଘଟଣା। ସେମାନେ ଜଣଙ୍କ ଘରେ ଧସେଇ ପଶି ସେଠାରେ ରହୁଥିବା ନାବାଳିକାଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ କରିଛନ୍ତି। ନାବାଳିକା ଜଣଙ୍କ ଏହାକୁ ବିରୋଧ କରିବାରୁ ସେମାନେ ତାଙ୍କୁ ଛୁରୀ ଦେଖାଇ କୁକୁର୍ମ କରିଥିବା ଅଭିଯୋଗ ହୋଇଛି। ହାଇଦ୍ରାବାଦର ନନ୍ଦନାବନମ କଲୋନୀରେ ରବିବାର ସକାଳେ ଘଟଣା ଘଟିଥିଲା।

Advertisment

ନାବାଳିକା ପୀଡ଼ିତା ଜଣଙ୍କ ସୋମବାର ଏନେଇ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଆଜି ପୂରା ଘଟଣା ସାମ୍ନାକୁ ଆସିଛି। ପୀଡ଼ିତା ଜଣଙ୍କ କହିଛନ୍ତି ଯେ ଅଭିଯୁକ୍ତ ମାନେ ସକଳା ପ୍ରାୟ ୯.୩୦ରେ ଘର ଭିତରେ ଧସେଇ ପଶିଥିଲେ। ସେମାନେ ପୂରା ନିଶାରେ ଥିଲେ। ଏହାପରେ ସେମାନେ ଛୁରୀ ଦେଖାଇ ତାଙ୍କୁ ଓ ତାଙ୍କ ଭାଇଙ୍କୁ ଭୟଭୀତ କରିଥିଲେ।

ନାବାଳିକାଙ୍କୁ ସେମାନେ ଘର ଛାତକୁ ଟେକି ନେଇଥିଲେ। ସେଠାରେ ୩ ଜଣ ଯାକ ତାଙ୍କୁ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଜଣଙ୍କ ସାହାଯ୍ୟ ପାଇଁ ଚିତ୍କାର କରିବାରୁ ୩ ଯୁବକ ସେଠାରୁ ଖସି ଚାଲି ଯାଇଥିଲେ। ସେମାନେ ପୀଡ଼ିତାଙ୍କ ଭାଇଙ୍କୁ ମଧ୍ୟ ଘରୁ ବାହାର କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି।

Advertisment

ପୁଲିସ୍‌ ପୋକସୋ ଆକ୍ଟରେ ମାମଲା ରୁଜୁ କରିବା ସହ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ୭ଟି ଟିମ ଗଠନ କରାଯାଇଛି। ପୁଲିସ୍‌ କିଛି ଯୁବକଙ୍କୁ ଅଟକ ରଖି ମଧ୍ୟ ପଚରାଉଚରା କରୁଥିବା ଜଣାପଡ଼ିଛି।

Hyderabad Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe