Advertisment

ମହିନ୍ଦ୍ରା ଶୋ’ ରୁମ ଆଗରେ ୧୨ ରାଉଣ୍ଡ ଗୁଳି ଚଳାଇଲେ, ୫ କୋଟି ବଟି ମାଗିଲେ

ହିନ୍ଦୀରେ ଲେଖା ଯାଇଥିବା ଏହି ଚିଠି ଜୟ ଶ୍ରୀରାମରୁ ଆରମ୍ଭ ହୋଇଛି। ଏଥିରେ ଲେଖା ହୋଇଛି ଯେ “୫ କୋଟି ଦିଏ, ନଚେତ ଶୋ’ ରୁମ ଭିତରେ ବସି ପାରିବ ନାହିଁ।”

Mahindra

Mahindra

Advertisment

ହରିୟାଣାର ହିର୍ସାରେ ଥିବା ମହିନ୍ଦ୍ରା ଶୋ’ ରୁମ ଆଗରେ ଘଟିଛି ବଡ଼ ଘଟଣା। ୩ ଜଣ ଯୁବକ ବାଇକରେ ଆସି ଚଳାଇଛନ୍ତି ୧୨ ରାଉଣ୍ତ ଗୁଳି। ଗଲା ବେଳକୁ ସେମାନେ ଗୋଟିଏ ହାତ ଲେଖା ଚିଠିରେ ଶୋ’ରୁମକୁ ୫ କୋଟି ଟଙ୍କା ବଟି ଦେବାକୁ କହିଛନ୍ତି।

Advertisment

ହିନ୍ଦୀରେ ଲେଖା ଯାଇଥିବା ଏହି ଚିଠି ଜୟ ଶ୍ରୀରାମରୁ ଆରମ୍ଭ ହୋଇଛି। ଏଥିରେ ଲେଖା ହୋଇଛି ଯେ “୫ କୋଟି ଦିଏ, ନଚେତ ଶୋ’ ରୁମ ଭିତରେ ବସି ପାରିବ ନାହିଁ।”

ଗୁଳି ମାଡ଼ ବେଳର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ୨ ଜଣ ଯୁବକ ମୁହଁରେ ଧଳା କପଡ଼ା ବାନ୍ଧି ଥିବା ବେଳେ ଆଉ ଜଣେ ଯୁବକ ଫେରାର ହେବାକୁ ବାଇକ ଷ୍ଟାର୍ଟ କରି ରଖିଛନ୍ତି। ଗାଡ଼ିରୁ ଓହ୍ଲାଇଥିବା ଦୁଇ ଯୁବକ ଶୋ’ ରୁମ ଆଗରେ ଛିଡ଼ା ହୋଇ ୧୨ ରାଉଣ୍ଡ ଗୁଳି ଚଳାଇଥିଲେ।

Advertisment

ଏହାପରେ ସମସ୍ତେ ସେଠାରୁ ଫେରାର ହୋଇଯାଇଥିଲେ। ଶୋ’ ରୁମ ବାହାରେ ଗୁଳି ମାଡ଼ ହେଉଥିବା ଦେଖି ସମସ୍ତେ ପୂରା ଆତଙ୍କିତ ହୋଇ ପଡ଼ିଥିଲେ। ତେବେ ଏ ସମ୍ପର୍କରେ ଏଯାଏ ଶୋ’ ରୁମ ପକ୍ଷରୁ କୌଣସି ପ୍ରକାରର ବିବୃତି ଜାରି କରାଯାଇ ନାହିଁ।

ପୁଲିସ୍‌ ଆଶଙ୍କା କରିଛି ଯେ ଏପରି ଗୁଳି ମାଡ଼ ପଛରେ ହିମାଂଶୁ ଭାଉ ଗ୍ୟାଙ୍ଗର ହାତ ରହିଛି। ନିକଟରେ ଏହି ଗ୍ୟାଙ୍ଗର ସଦସ୍ୟମାନେ ଦିଲ୍ଲୀର ରଜୌରୀ ଗାର୍ଡେନରେ ଥିବା ବର୍ଗର କିଙ୍ଗ ଭିତରେ ଗୁଳି ମାଡ଼ କରିଥିଲେ। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।

Firing Haryana News Anand Mahindra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe