Advertisment

ସିସିଟିଭିରେ ଗାମୁଛା ଗୁଡ଼ାଇ ଲୁଟିନେଲେ

ଚୋରମାନେ ଆଲମାରିରୁ ନଗଦ ୨୦ ହଜାରରୁ ଅଧିକ ଟଙ୍କା ଓ ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଥିବା ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Loot

Loot

Advertisment

କେହି ନ ଥିବାର ସୁଯୋଗ ନେଇ ଘରେ ପଶିଲେ ଲୁଟେରା। ପରେ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ଗାମୁଛା ଗୁଡ଼ାଇ ଘରୁ ଲୁଟିନେଲେ ୨୦ରୁ ହଜାରରୁ ଅଧିକ ଟଙ୍କା ଓ ସୁନା ଗହଣା। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଗଡ଼ସାହି ଗାଁରେ। ଘରେ ପଶି ଟଙ୍କା ପଇସା ଦୁର୍ବୃତ୍ତମାନେ ଲୁଟି ନେଇଥିବା ଥାନାରେ ଅଭିଯୋଗ କରିଛନ୍ତି ଘର ମାଲିକ। 

Advertisment

ଗଡ଼ସାହି ଗ୍ରାମର ନାରାୟଣ ଦାସ ବାବୁ ଗତ ୨୮ ତାରିଖ ଆଖି ଅପରେସନ ପାଇଁ ଭୁବନେଶ୍ୱର ଯାଇଥିଲେ। ଗତକାଲି ରାତିରେ ଘରେ ପହଞ୍ଚିବା ପରେ ଘର ଗେଟ୍‌ ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ଏଥିସହ ଚାବି ଭଙ୍ଗାଯାଇଥିବା ବେଳେ ଘରର ଜିନିଷ ପତ୍ର ଏଣେତଣେ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଏଥିସହ ଚୋରମାନେ ଘରେ ଥିବା ଆଲମାରିରୁ  ନଗଦ ୨୦ ହଜାରରୁ ଅଧିକ ଟଙ୍କା ଓ ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଥିବା ଘର ମାଲିକ ଥାନରେ ଅଭିଯୋଗ କରିଛନ୍ତି।  ଏଥିସହ ଚୋରମାନେ ଘରୁ ଚୋରି କରିବା ସମୟରେ ଘରେ ଲାଗିଥିବା ସିସିଟିଭି ଉପରେ ଗାମୁଛା  ଗୁଡ଼ାଇ ଦେଇଥିବା ଜଣାଯାଇଛି। ପୁଲିସ ଆଖପାଖ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।

Advertisment
Odisha Police Loot Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe