Advertisment

୩୦୦୦ ନେଇଥିଲେ, ଆଉ ୩୦୦୦ ନେବା ବେଳେ ଧରାପଡ଼ିଲେ

ତାଙ୍କର ଦୁଇଟି ଠିକଣାରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ଅଦ୍ୟତନ ହୋଇଛି
Accused

Accused

Advertisment

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୁରୁଷ ସ୍ୱାସ୍ଥ୍ୟ କର୍ମୀ (ଏମ୍‌ଏଚ୍‌ଡବ୍ଲ୍ୟୁ) ତଥା କିରାଣି କୁଞ୍ଜବିହାରୀ ରାଉତ।

Advertisment

ଜଣେ ଗରିବ ଚାଷୀଙ୍କ ପୁଅର ଜନ୍ମ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଶ୍ରୀ ରାଉତ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

ପୁଅର ଜନ୍ମ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଏହି ଗରିବ ଚାଷୀଙ୍କୁ ଶ୍ରୀ ରାଉତ ୬୦୦୦ ଟଙ୍କା ମାଗିଥିଲେ। ଚାଷୀ ଜଣଙ୍କ କିଛି ଦିନ ତଳେ ପ୍ରଥମ କିସ୍ତିରେ ତାଙ୍କୁ ୩୦୦୦ ଟଙ୍କା ଦେଇଥିଲେ। ତେବେ ବାକି ୩୦୦୦ ଟଙ୍କା ନଦେବା ପର୍ଯ୍ୟନ୍ତ କାମ ହେବ ନାହିଁ ବୋଲି ଶ୍ରୀ ରାଉତ ତାଙ୍କୁ କହିଥିଲେ।

Advertisment

ଅନ୍ୟ କୌଣସି ଉପାୟ ନପାରି ଚାଷୀ ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ତାଙ୍କଠାରୁ ଅଭିଯୋଗ ପାଇବା ପରେ ଆଜି ଯୋଜନାବଦ୍ଧ ଭାବେ ଶ୍ରୀ ରାଉତଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ। ତାଙ୍କର ଦୁଇଟି ଠିକଣାରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି। ଶ୍ରୀ ରାଉତଙ୍କ ନାଁ କୋରାପୁଟ ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।

Odisha Vigilance Vigilance Net
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe