ସ୍କୁଲରୁ ଘରକୁ ଫେରିବା ବେଳେ ପିଇଟି ଶିକ୍ଷକ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ତଲିଉଡ଼ ଗାଁ ନିକଟରେ ଏହି ଘଟଣା ଘଟିଛି। ଆହତ ଶିକ୍ଷକ ଜଣଙ୍କ ହେଲେ ସତ୍ୟ ନାରାୟଣ ପଟେଲ। ସତ୍ୟ ନାରାୟଣ ବୁରୋମୁଣ୍ଡା ହାଇସ୍କୁଲର ପିଇଟି ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି।
ଗତକାଲି ସତ୍ୟ ନାରାୟଣ ସ୍କୁଲ ଛୁଟି ହେବା ପରେ ଘରକୁ ଫେରୁଥିଲେ। ଏହି ସମୟରେ ତଲିଉଡ଼ ଗାଁ ନିକଟରେ ଦୁଇଟି ବାଇକରେ ଚାରିଜଣ ଯୁବକ ଆସି ହଠାତ୍ ତାଙ୍କୁ ଲୁହା ରଡ଼ ଓ ମାରଣାସ୍ତ୍ର ବାହାର କରି ଆକ୍ରମଣ କରିଥିଲେ। ଶିକ୍ଷକଙ୍କ ହାତ ଓ ଗୋଡରେ ଗଭୀର ଆଘାତ ଲାଗିଥିଲା। ଶିକ୍ଷକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ବଲାଙ୍ଗିର ସଦର ଥାନାରେ ଅଭିଯୋଗ ହୋଇଛି।
Also Read
ତେବେ ଶିକ୍ଷକଙ୍କୁ କିଏ ଓ କାହିଁକି ଆକ୍ରମଣ କଲା ତାହା ଜଣାପଡ଼ିନାହିଁ। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଛି ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଆତଙ୍କୀ ପନ୍ନୁର ଧମକପୂର୍ଣ୍ଣ ଇ-ମେଲ୍; ଆସନ୍ତାକାଲି ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଚେତାବନୀ
ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ପୂର୍ଣ୍ଣ ଇ-ମେଲ୍ ପଠାଇଛି ।
Crime
ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ
ସୋଶାଲ ମିଡିଆରେ ମିଶିବା ପରେ ବଢ଼ିଥିଲା ପ୍ରେମ ସମ୍ପର୍କ। ରାଜ୍ୟ ବାହାରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୁଲିସ।
Crime
ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଯବାନ, ମାଟି ତଳୁ ମିଳିଲା ବିସ୍ଫୋରକ
ଯବାନ ଓ ବମ୍ ସ୍କ୍ୱାର୍ଡ ମିଳିତ ଭାବେ ଅତି ସତର୍କତାର ସହ ମାଟି ଖୋଳି ଏକ ଡ୍ରମ୍ରେ ଭର୍ତ୍ତି ହୋଇଥିବା ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଥିଲେ। ଯେଉଁଥିରେ ୨୩୦ଟି ଜିଲୋଟିନ୍ ଷ୍ଟିକ୍ ସମେତ ୧ ମିଟର ସେଫଟି ଫ୍ୟୁଜ୍, ବ୍ୟାଟେରୀ ୫ଟି, ମାଓ ୟୁନିଫର୍ମ ଓ ବହୁ ମାଓ ସାମଗ୍ରୀ ଥିଲା।
Crime
ଝୁମର ବିକ୍ରି ନାଁରେ ୧୯ ଲକ୍ଷ ଚୁନ ମାରିଲେ ବ୍ୟବସାୟୀ; ବଦଳାଇ ଦେଲେ ଟଙ୍କା ବାକ୍ସ
ଗତକାଲି ରାତିରେ ଅଜୟ ଓ ଶିବଶଙ୍କରଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୯ ଲକ୍ଷ ଟଙ୍କା ଜବତ କରିଥିଲା।
Crime
କାର୍ରୁ ବାହାରିଲା ୮୮ କେଜି ରୂପା ଇଟା ଓ ନଗଦ ୫ ଲକ୍ଷ ଟଙ୍କା
କାର୍ରେ ଚାଲାଣ ହେଉଥିଲା ରୂପା ଇଟା। ତା’ ସହ ନଗଦ ଟଙ୍କା ବି ଭର୍ତ୍ତି ହୋଇଥିଲା। ଜିଏସ୍ଟି ଫାଙ୍କି କାର୍ଟି ଯାଉଥିବା ବେଳେ ବାଟରେ ମାଡ଼ି ବସିଲା ପୁଲିସ୍।