Advertisment

ପିଇଟି ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଛି ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ।

ଅଦ୍ୟତନ ହୋଇଛି
Attack

Attack

Advertisment

ସ୍କୁଲରୁ ଘରକୁ ଫେରିବା ବେଳେ ପିଇଟି ଶିକ୍ଷକ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ତଲିଉଡ଼ ଗାଁ ନିକଟରେ ଏହି ଘଟଣା ଘଟିଛି। ଆହତ ଶିକ୍ଷକ ଜଣଙ୍କ ହେଲେ ସତ୍ୟ ନାରାୟଣ ପଟେଲ। ସତ୍ୟ ନାରାୟଣ ବୁରୋମୁଣ୍ଡା ହାଇସ୍କୁଲର ପିଇଟି ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। 

Advertisment

ଗତକାଲି ସତ୍ୟ ନାରାୟଣ ସ୍କୁଲ ଛୁଟି ହେବା ପରେ ଘରକୁ ଫେରୁଥିଲେ। ଏହି ସମୟରେ ତଲିଉଡ଼ ଗାଁ ନିକଟରେ ଦୁଇଟି ବାଇକରେ ଚାରିଜଣ ଯୁବକ ଆସି ହଠାତ୍ ତାଙ୍କୁ ଲୁହା ରଡ଼ ଓ ମାରଣାସ୍ତ୍ର ବାହାର କରି ଆକ୍ରମଣ କରିଥିଲେ। ଶିକ୍ଷକଙ୍କ ହାତ ଓ ଗୋଡରେ ଗଭୀର ଆଘାତ ଲାଗିଥିଲା। ଶିକ୍ଷକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ବଲାଙ୍ଗିର ସଦର ଥାନାରେ ଅଭିଯୋଗ ହୋଇଛି। 

ତେବେ ଶିକ୍ଷକଙ୍କୁ କିଏ ଓ କାହିଁକି ଆକ୍ରମଣ କଲା ତାହା ଜଣାପଡ଼ିନାହିଁ। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଛି ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Bolangir Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe