Advertisment

ଗୋ-ମାଂସ ଖାଉଥିବା ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ପିଟିପିଟି ମାରିଦେଲେ

ଅଭିଯୁକ୍ତମାନେ ତାଙ୍କୁ ଖାଲି ପ୍ଲାଷ୍ଟିକ ବୋତଲ ବିକ୍ରି କରିବା ନାଁରେ ଗୋଟିଏ ଦୋକାନକୁ ଡାକିଥିଲେ। ସେଠାରେ ତାଙ୍କୁ ସେମାନେ ପ୍ରବଳ ମାଡ଼ ମାରିଥିଲେ।

Lynching

Lynching

Advertisment

ପଶ୍ଚିମବଙ୍ଗରୁ ଯାଇ ହରିୟାଣାରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ସେ ଗୋ-ମାଂସ ଖାଉଥିବା ସନ୍ଦେହରେ ତାଙ୍କୁ ତଥାକଥିତ ଗୋ-ରକ୍ଷାକାରୀ ବାହିନୀର ସଦସ୍ୟମାନେ ପିଟିପିଟି ମାରି ଦେଇଛନ୍ତି। ଏହି ଘଟଣାରେ ପୁଲିସ୍‌ ୭ ଜଣଙ୍କୁ ଗିରଫ‍ କରିଛି। ଏମାନଙ୍କ ମଧ୍ୟରେ ୨ ଜଣ ନାବାଳକ ରହିଛନ୍ତି।

Advertisment

ଅଗଷ୍ଟ ୨୭ରେ ହରିୟାଣାର ଚରଖି ଦାଦ୍ରୀ ଠାରେ ସବିର ମଲିକଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତମାନେ ତାଙ୍କୁ ଖାଲି ପ୍ଲାଷ୍ଟିକ ବୋତଲ ବିକ୍ରି କରିବା ନାଁରେ ଗୋଟିଏ ଦୋକାନକୁ ଡାକିଥିଲେ। ସେଠାରେ ତାଙ୍କୁ ସେମାନେ ପ୍ରବଳ ମାଡ଼ ମାରିଥିଲେ। ତେବେ କିଛି ଲୋକ ଏଥିରେ ହସ୍ତକ୍ଷେପ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ଆଉ ଗୋଟିଏ ସ୍ଥାନକୁ ଟେକି ନେଇଥିଲେ। ସେଠାରେ ପୁଣି ସବିରଙ୍କ ଉପରେ ପୁଣି ଆକ୍ରମଣ କରାଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସବିର ବାନ୍ଧରା ଗାଁ ନିକଟରେ ଗୋଟିଏ ଝୁପୁଡ଼ିରେ ରହୁଥିଲେ। ସେ ଅଳିଆ ଜିନିଷ ଓ ପ୍ଲାଷ୍ଟିକ ବୋତଲ ଗୋଟାଇ ନିଜର ପେଟ ପୋଷୁଥିଲେ। ତେବେ ଅଭିଯୁକ୍ତମାନେ ସନ୍ଦେହ କରିଥିଲେ ଯେ ସବିର ଗୋ-ମାଂସ ଖାଉଛନ୍ତି। ଏହି ସନ୍ଦେହରୁ ସେମାନେ ତାଙ୍କ ଜୀବନ ନେଇଯାଇଛନ୍ତି।

Advertisment

ଡିଏସ୍‌ପି ଧୀରଜ କୁମାର କହିଛନ୍ତି ଯେ “କିଛି ଲୋକ ଜଣେ ପ୍ରବାସୀ ଶ୍ରମିକଙ୍କୁ ପିଟିପିଟି ମାରି ଦେଇଥିଲେ। ଏନେଇ ଭାରତୀୟ ନ୍ୟାୟ ସଂହିତା ଅଧୀନରେ ମାମଲା ହୋଇଥିଲା। ୨ ନାବାଳକଙ୍କ ସହ ମୋଟ ୭ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କୁ ରିମାଣ୍ତରେ ଅଣାଯାଇ ଜେରା କରାଯାଉଛି।”

Lynched Mob Lynching Haryana Clashes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe