Athagarh
ଆଠଗଡ଼ ବିଧାୟକ ତଥା କୃଷୀ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଗାଡ଼ିକୁ ଟେକାମାଡ଼। ଏଥିରେ ଗାଡ଼ିର ଡ୍ରାଇଭର ଆହତ ହୋଇଛନ୍ତି। ଘଟଣାବେଳେ ଗାଡ଼ିରେ ମନ୍ତ୍ରୀ ନଥିଲେ। ତାଙ୍କ ପୁଅ ଏକ କାର୍ଯ୍ୟକ୍ରମ ସାରି ଫେରୁଥବା ବେଳେ ଏଭଳି ଘଟଣା ଘଟିଥିଲା।
Advertisment
ଶନିବାର ସଂଧ୍ୟାରେ ମନ୍ତ୍ରୀଙ୍କ ପୁଅ ଏକ କାର୍ଯ୍ୟକ୍ରମକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ଆଠଗଡ଼ ଥାନା ରାଧାପତିପୁର ଛକ ନିକଟରେ କିଛି ଦୁର୍ବୃତ୍ତ ଗାଡ଼ିକୁ ଟେକାମାଡ଼ କରିଥିଲେ।
ଏଥିରେ ଗାଡ଼ିର ଡ୍ରାଇଭର ଆହତ ହୋଇଥିବାବେଳେ। ଅଳ୍ପକେ ବର୍ତ୍ତିଯାଇଛନ୍ତି ମନ୍ତ୍ରୀଙ୍କ ପୁଅ। ଏନେଇ ଗାଡ଼ିର ଡ୍ରାଇଭର ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
Advertisment
ହେଲେ କିଏ ଓ କାହିଁକି ପଥର ମାଡ଼ କରିଛି ଏନେଇ କିଛି ଜଣା ପଡ଼ିନାହିଁ। ଏହା ପଛରେ ରାଜନୈତିକ କାରଣ ଅଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
